ସମ୍ବଲପୁରରେ ପୁଣି ନୂଆ ୩୭ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ କରୋନା ଦାଉରୁ ମୁକ୍ତି ପାଇଁ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ଓ ଏହାର ଏକମାତ୍ର କାରଣ ସୁସ୍ଥତାହାର ରେ ନିରନ୍ତର ଉନ୍ନତି । ପ୍ରାପ୍ତ ପରିସଂଖ୍ୟାନ ଅନୁସାରେ ବର୍ତ୍ତମାନ ସୁସ୍ଥତାହାର ୯୨.୨୩ ପ୍ରତିଶତ ରହିଛି ଓ ଆଗକୁ ଆଉ ବଢିବାର ଆଶା ଦେଖାଯାଉଛି । ଅପରପକ୍ଷେ ସକ୍ରିୟତାହାର ୭.୩୯ ଓ ମୃତ୍ୟୁହାରର ୦.୩୮ ପ୍ରତିଶତ ରହିଛି । ଏହିପରି ସୁସ୍ଥତାହାର ସହିତ ମୃତ୍ୟୁହାରରେ ମଧ୍ୟ ନିରନ୍ତର ବୃଦ୍ଧି ଯୋଗୁଁ ଲୋକଙ୍କ ଚିନ୍ତା ଅବ୍ୟାହତ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ନୂଆ ପଜିଟିଭ ଭାବେ ୩୭ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଆଜି ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ଙ୍କ ମୋଟସଂଖ୍ୟା ୭୬୪୦ ରେ ପହଞ୍ଚିଛି ତଥା ସେମାନଙ୍କ ମଧ୍ୟରୁ ୨୯ ଜଣଙ୍କ ମୃତ୍ୟୁ ପରେ ବାକି ସକ୍ରିୟ ୬୦୯ ଜଣଙ୍କ ବିଭିନ୍ନ ସ୍ଥାନରେ ଚିକିତ୍ସା ଚାଲିଛି । ସେମାନଙ୍କ ମଧ୍ୟରୁ ସମ୍ବଲପୁର କୋଭିଡ ହସ୍ପିଟାଲରେ ୭୩ ଜଣ, ବୁର୍ଲା କୋଭିଡ କେୟାର ସେଣ୍ଟରରେ ୮୫ଜଣ ଓ ହୋମ ଆଇସୋଲେଶନ ୪୦୪ ଜଣଙ୍କ ଚିକିତ୍ସା ଅବ୍ୟାହତ ରହିଛି । ଆଜି ପ୍ରଥମକରି ବିଭିନ୍ନ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହ୍ରାସପାଇଛି, ଯାହାକି ଗତକାଲି ପର୍ଯ୍ୟନ୍ତ ଶତାଧିକ ରହି ଆସୁଥିଲା ଓ ଏଥିରୁ ଜନସାଧାରଣଙ୍କ ମନରେ କିପରି ଆଶ୍ୱସ୍ତି ଆସିଛି ପରିଲକ୍ଷିତ ।

Comments (0)
Add Comment