ସମ୍ବଲପୁର ରେଳବାଇ ମହିଳା କଲ୍ୟାଣ ସଂଗଠନ ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜିତ

ସମ୍ବଲପୁର : ପୂର୍ବତଟ ରେଳପଥ, ସମ୍ବଲପୁର ମଣ୍ଡଳର ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜନ କରାଯାଇଅଛି । ୧୫ ସେପ୍ଟେମ୍ବର ୨୦୨୦ରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ, ସମ୍ବଲପୁର ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡମ ରନ ମହିଳା କଲ୍ୟାଣ ସଂଗଠନ, ସମ୍ବଲପୁରର ଅଧ୍ୟକ୍ଷା ଶ୍ରୀମତୀ ଇଷା ମଲିକଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା ।

ଏହି ରନରେ ଉପାଧ୍ୟକ୍ଷା ଶ୍ରୀମତୀ ସ୍ୱର୍ଣ୍ଣଲତା ପାତ୍ରୁଡୁ ଏବଂ ଅନ୍ୟାନ୍ୟ ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ । ଉକ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ରେଳବାଇ ଷ୍ଟାଡିୟମରୁ ବାହାରି ରେଳନଗର ଗେଟ୍ ଓ ପୁନଃ ରେଳବାଇ ଷ୍ଟାଡିୟମ ପର୍ଯ୍ୟନ୍ତ ଆସିଥିଲା । ସାମାଜିକ ଦୂରତା ବଜାୟ ରଖି ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Comments (0)
Add Comment