ସମ୍ବଲପୁର ଜିଲ୍ଲାରେ ଆଜି ଦୁଇଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର,୧/୭- ଆଜି ଆଉ ଦୁଇଜଣ ପଜିଟିଭ ଚିହ୍ନଟ ହେବା ସହିତ ସମ୍ବଲପୁର ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ମୋଟ ୫୬ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥହୋଇ ଘରକୁ ଫେରିବା ପରେ ବାକି ୩୨ଜଣଙ୍କ ଚିକିତ୍ସା ଚାଲିଛି । ଏବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜିର ଦୁଇ ଜଣଙ୍କ ମଧ୍ୟରୁ ଜଣେ ୫୪ ବର୍ଷୀୟା ମହିଳା ଓ ତାଙ୍କ ଦେହରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା । ତଥାପି ତାଙ୍କର ସ୍ୱାବ ପରୀକ୍ଷାରେ ପଜିଟିଭ ବାହାରି ଥିବାରୁ ତାଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ମାମଲାରେ ଜଣେ ୧୮ବର୍ଷୀୟ ଯୁବକଙ୍କୁ ପଜିଟିଭ ଚିହ୍ନଟ କରାଯାଇଛି, ଯିଏକି ତାମିଲନାଡୁରୁ ଆସିଲା ପରଠାରୁ ରେଢାଖୋଲ ଟିଏମସିରେ ରହୁଥିଲେ । ତାଙ୍କ ଦେହରେ ମଧ୍ୟ କରୋନାର କୌଣସି ଲକ୍ଷଣ ଦେଖା ଯାଇନଥିଲା କିନ୍ତୁ ସ୍ୱାବ ପରୀକ୍ଷାରେ ପରେ ତାଙ୍କୁ ପଜିଟିଭ ଚିହ୍ନଟ କରାଯାଇ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟ ମାମଲାରେ ବିସ୍ତୃତ ସମ୍ପର୍କ ସୂଚୀ ପ୍ରସ୍ତୁତ ପ୍ରକ୍ରିୟା ଅବ୍ୟାହତ ରହିଛି ।

Comments (0)
Add Comment