ସମ୍ବଲପୁର ଜିଲ୍ଲାରେ ୭୭୨ଟି ଅଭିଯୋଗର ଶୁଣାଣି

ସମ୍ବଲପୁର:ସମଗ୍ର ସମ୍ବଲପୁର ଜିଲ୍ଳାରେ ମୋଟ ୭୭୨ଟି ଅଭିଯୋଗର ଶୁଣାଣି ହୋଇଛି ।ଏଥିମଧ୍ୟରୁ ବ୍ୟକ୍ତିଗତ ଶୁଣାଣି ୬୮୭ଟି ଓ ୯୪ଟି ସାମୂହିକ ଶୁଣାଣି ରହିଛି । ଗତକାଲି ବ୍ୟକ୍ତିଗତ ଶୁଣାଣି ମଧ୍ୟରୁ ୧୦୧ଟି ଅଭିଯୋଗର ତୁରନ୍ତ ଫଇସଲା ହେଇଥିଲା । ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ପୁଲିସ ଅଧିକ୍ଷକ ବି. ଗଙ୍ଗାଧର ନିଜେ ସ୍ଥାନୀୟ ମାନେଶ୍ୱର ବ୍ଲକ କାର୍ଯ୍ୟାଳୟ ଠାରେ ଉପସ୍ଥିତ ରହି ମୋଟ ୧୧୬ ଟି ଅଭିଯୋଗର ଶୁଣାଣି କରିଥିଲେ ଓ ସେଥି ମଧ୍ୟରୁ ୧୦୯ଟି ବ୍ୟକ୍ତିଗତ ଏବଂ ୭ଟି ସାମୂହିକ ଅଭିଯୋଗ ରହିଥିଲା । ସେହିପରି ଜମନକିରା ବ୍ଲକରେ ଗ୍ରହଣ ହୋଇ ମୋଟ ୧୦୦ ଟି ମଧ୍ୟରୁ ୯୭ଟି ବ୍ୟକ୍ତିଗତ ଓ ୩ଟି ସାମୂହିକ ଆବେଦନ ରହିଥିଲା ଓ ୭ଟି ଆବେଦନର ତୁରନ୍ତ ଫଇସଲା ହୋଇଥିଲା । ସେହିପରି ରେଢ଼ାଖୋଲରେ ୧୫୩ଟି ଆବେଦନ ସହିତ ନାକଟିଦେଉଳରେ ୪୩, ଜୁଯୁମୁରାରେ ୩୭, ବାମରାରେ ୫୩, ଧନକଉଡାରେ ୩୮, ରେଙ୍ଗାଲିରେ ୧୫୨ଏବଂ କୁଚିଣ୍ଡାରେ ୮୦ଟି ଆବେଦନର ଶୁଣାଣି ହୋଇଥିଲା । ପ୍ରତ୍ୟେକ ବ୍ଲକରେ ସମ୍ପୃକ୍ତ ବିଡ଼ିଓମାନଙ୍କ ସହିତ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଜନସାଧାରଣଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ବିଭିନ୍ନ ସେବା ଯଥା ପେନସନ, ସ୍ୱୟଂ ସହାୟକ ଗୋଷ୍ଠୀ ବୀମା, ୦ ରୁ ୫ବର୍ଷ ପିଲାଙ୍କ ଆଧାର କାର୍ଡ ସଂଯୋଗ, ନିର୍ମାଣ ଶ୍ରମିକ, ବ୍ୟାଙ୍କ ସାକ୍ଷୀ, ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ବ୍ୟାଙ୍କ ସଂଯୋଗ ଆଦି ସୁବିଧା ଜିଲ୍ଲା ପ୍ରଶାସନ ନିଜ ପକ୍ଷରୁ ଯୋଗେଇ ଦେଇଛନ୍ତି । ଜିଲ୍ଲାପାଳ ଅନନ୍ୟା ଦାସ ପ୍ରାପ୍ତ ସମସ୍ତ ଆବେଦନର ତୁରନ୍ତ ସମାଧାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Comments (0)
Add Comment