କରୋନା ପ୍ରତିକାର ପାଇଁ ଜନସଚେତନତା ଅଭିଯାନ

ସମ୍ବଲପୁର: କରୋନା ପ୍ରତିକାର ପାଇଁ ସ୍ଥାନୀୟ କ୍ଷେତରାଜପୁର ଅଞ୍ଚଳରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ଆରୋଗ୍ୟ ସମିତି, ଆଶା, ଅଙ୍ଗନୱାଡି ଓ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ନେଇ ସ୍ୱଚ୍ଛତା, ହାତ ଧୋଇବା ୬ ପ୍ରଣାଳୀ ବିଷୟରେ କୌଶଳଜ୍ଞାନ ପ୍ରଦାନ ସହିତ ବିଭିନ୍ନ ରୋଗ ଯଥା ମ୍ୟାଲେରିଆ, ଡାଇରିଆ, ଯକ୍ଷ୍ମା, ଜ୍ୱର, କାଶ, ଥଣ୍ଡା ପ୍ରଭୃତି ଉପରେ ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କରି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏଥିରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଭ୍ରାମ୍ୟମାଣ ୟୁନିଟ (ୟୁଏଚଏମୟୁ) ଟିମର ଆୟୁଷ ଡାକ୍ତର ରାଜାରାମ ଷଡଙ୍ଗୀ ଏଏନଏମ ଶ୍ରଦ୍ଧାଞ୍ଜଳି ମହିଳା ସଚେତନତା ଜ୍ଞାନ କୌଶଳ ଓ ବାର୍ତ୍ତା ପ୍ରଦାନ କରିଥିଲେ । ଏହା ପରେ ମାସିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ସହିତ ଏହାର ସୁବିଧା ଓ ସୁଯୋଗ ନେବା ପାଇଁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା ।

Comments (0)
Add Comment