୧୪ରୁ ଖୋଲିବ ସ୍କୁଲ, ୨୮ରୁ ସ୍କୁଲ ଆସିବେ ପିଲା

ଭୁବନେଶ୍ୱର : ଆସନ୍ତା ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବ । କିନ୍ତୁ ପିଲାମାନେ ୨୮ ତାରିଖରୁ ସ୍କୁଲ୍ ଯିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଏହି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏନେଇ ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲାପାଳ ଓ ଡିଇଓମାନଙ୍କୁ ଚିଠି ଲେଖିଛନ୍ତି । ଭୋଟ୍ ପାଇଁ ସ୍କୁଲ୍ ଗୁଡ଼ିକରେ ବୁଥ୍ ହେବାକୁ ଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଫେବ୍ରୁଆରୀ ୨୭ ପର୍ଯ୍ୟନ୍ତ ପିଲାଙ୍କର ଅନ୍ ଲାଇନ୍ କ୍ଲାସ ହେବ । ୧୪ରୁ ସମସ୍ତ ଶିକ୍ଷକ ଓ କର୍ମଚାରୀ ସ୍କୁଲ୍ ଯିବେ । ସ୍କୁଲକୁ ଯାଇ ସେମାନେ ଏହା ପରିସରର ସଫେଇ କାର୍ଯ୍ୟ ତଦାରଖ କରିବେ ।

ଉଲ୍ଲେଖନୀୟ ଯେ ଗତ ୭ ତାରିଖରୁ ଅଷ୍ଟମରୁ ତଦୁର୍ଦ୍ଧ ଶ୍ରେଣୀ ଖୋଲି ସାରିଛି । ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ବି ଖୋଲି ସାରିଛି । କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ଥିବା ସ୍କୁଲ୍ ଗୁଡ଼ିକୁ ମଧ୍ୟ ଫେବ୍ରୁଆରୀ ୧୪ ତାରିଖରୁ ଖୋଲିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ୧୪ରୁ ପ୍ଲେ ସ୍କୁଲ୍ ଗୁଡ଼ିକୁ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି ।

Comments (0)
Add Comment