ଇକୋ କ୍ଳବ ପକ୍ଷରୁ ବିଦ୍ୟାଳୟସ୍ତରରେ ପ୍ରତିଯୋଗିତା

ଫୁଲବାଣୀ: ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ଥିବା ଇକୋ କ୍ଲବ ତରଫରୁ ପ୍ରତି ବର୍ଷ ପରିବେଶ ସୁରକ୍ଷା, ସ୍ୱଚ୍ଛ ଭାରତ ଅଭିଯାନ, ବୃକ୍ଷରୋପଣ ଏବଂ ତା’ର ସଂରକ୍ଷଣ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ସେହିପରି ଏ ବର୍ଷ ମଧ୍ୟ ଚଳିତ ମାସ ଡ଼ିସେମ୍ବର ପହିଲାରେ ଫୁଲବାଣୀ ସହରରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟକୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀକୁ ଆୟୋଜନ କରିବାକୁ ଅନୁରୋଧ କରାଯାଇଥିଲା ।

ଏଥିରେ ମୋଟ ୧୦ଟି ଉଚ୍ଚ ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ । ପ୍ରଥମେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସ୍ୱଚ୍ଛତା ସମ୍ବନ୍ଧୀୟ ରାଲିର ଆୟୋଜନ କରାଯିବା ପରେ ପ୍ରବନ୍ଧ “ଆମ ପରିବେଶ ଆମ ଦାୟିତ୍ୱ” ଓ ଚିତ୍ର “ସ୍ୱଚ୍ଛ ବିଦ୍ୟାଳୟ’ ସମ୍ବନ୍ଧରେ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାରେ ଶିଶୁ ବିଦ୍ୟା ମନ୍ଦିରର ପ୍ରବନ୍ଧରେ ଜଣେ ପ୍ରଥମ ଓ ଜଣେ ତୃତୀୟ ହୋଇଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ପେଣ୍ଟିଙ୍ଗ ରେ ପ୍ରଥମ ଓ ଦ୍ୱିତୀୟ ଏ ଜେଓ ଉଚ୍ଚ ବିଦ୍ୟାଳୟ ହୋଇଥିବା ବେଳେ କାରମେଲ ଇଂରାଜୀ ବିଦ୍ୟାଳୟର ଜଣେ ତୃତୀୟ ସ୍ଥାନ ପାଇଛନ୍ତି । ପ୍ରଥମ ପୁରସ୍କାର ୧୫୦୦, ଦ୍ୱିତୀୟ ପୁରସ୍କାର ୧୦୦୦, ତୃତୀୟ ପୁରସ୍କାର ୭୦୦ ଟଙ୍କା ପ୍ରଦାନ କରାଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଢଙ୍ଗୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ସାଇନ୍ସ ସୁପରଭାଇଜର ଅଶୋକ ପାତ୍ର ,ସାଇନ୍ସ ଅବଜରଭର କୈଳାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇପାରିଥିଲା । ଅନ୍ୟାନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ମଧ୍ୟ ଏଠାରେ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

School-level competition on behalf of the Eco Clubଇକୋ କ୍ଳବ ପକ୍ଷରୁ ବିଦ୍ୟାଳୟସ୍ତରରେ ପ୍ରତିଯୋଗିତା
Comments (0)
Add Comment