ସ୍କୁଲ ଖୋଲିବା ନେଇ ବଡ କଥା କହିଲେ ଗଣ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : କରୋନା ପାଇଁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ବ୍ୟାଘାତ ହୋଇଥିବାବେଳେ କେବେ ସ୍କୁଲ ଖୋଲିବ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଇତିମଧ୍ୟରେ ଅଷ୍ଟମ, ନବମ, ଦଶମ ପିଲାଙ୍କର ସ୍କୁଲ ପାଠପଢ଼ା ଚାଲିଥିବାବେଳେ ଅନ୍ୟ ଶ୍ରେଣୀର ପିଲାମାନେ ଏବେବି ଅନଲାଇନ କ୍ଲାସ କରୁଛନ୍ତି  । କରୋନା କଟକଣା ପାଇଁ ଏଭଳି କରାଯାଉଥିଲେବି ବିଦ୍ୟାଳୟକୁ ଯାଉନଥିବାରୁ ପିଲାମାନଙ୍କର ପାଠ ପଢ଼ା ବ୍ୟାହତ ହେଉଛି  । ଏହି ପରିପ୍ରେକ୍ଷୀରେ ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାମାନେ ସ୍କୁଲ ଯିବେବୋଲି ସଂକେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ଏମିତିକି ନୂଆବର୍ଷ ପୂର୍ବରୁ ଅନ୍ୟ କ୍ଲାସ ପାଠପଢ଼ା ଆରମ୍ଭ ହେବବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ସମସ୍ତ ପ୍ରକାର କୋଭିଡ କଟକଣା ମାନି ସ୍କୁଲ ଖୋଲିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଶିକ୍ଷାଦାନ ନେଇ ଏକ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଛି । ସୂଚନା ଅନୁସାରେ ଏକାବେଳେ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ଠିକ୍‌ ହେବ ନାହିଁ ଓ ଏହାକୁ ପର୍ଯ୍ୟାୟ କ୍ରମେ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଏବଂ ଏହା ପରେ ଅନ୍ୟ କ୍ଲାସ ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Comments (0)
Add Comment