ବାଲିଗୁଡ଼ା: ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଦକ୍ଷିଣାଞ୍ଚଳ ପକ୍ଷରୁ ବାଲିଗୁଡ଼ା ଗାନ୍ଧୀ ଛକଠାରେ ଚିନ୍ ସଙ୍ଘର୍ଷ ରେ ଦେଶପାଇଁ ବଳୀଦାନ ଦେଇଥିବା ୨୦ଜଣ ସହିଦ୍ ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । କ୍ୟାଣ୍ଡେଲ୍ ଶୋଭାଯାତ୍ରା ସହ ବାଲିଗୁଡା ଗାନ୍ଧୀ ଛକଠାରେ ସହିଦ୍ ଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା ମଧ୍ୟ କରାଯାଇଛି । ଏହାପରେ ପରେ ଚିନ୍ ର ଏହି ପର୍ବର କାଣ୍ଡକୁ ବିରୋଧ କରି ଚିନ୍ ରାଷ୍ଟ୍ରପତିଙ୍କ ଫୋଟୋ ଚିତ୍ର ଦାହ କରିଛି ସଙ୍ଗଠନ । ଏଥିସହିତ ଚିନ୍ ସାମଗ୍ରୀ ବ୍ୟବହାର ନକରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଦକ୍ଷିଣାଞ୍ଚଳ ମୁଖ୍ୟ ବିଶ୍ବଜିତ ପାତ୍ର (ଜିତୁ) । ଲଦାଖ୍ ସିମାରେ ଭାରତ ଚିନ୍ ସଙ୍ଘର୍ଷରେ ଦେଶପାଇଁ ଲଢ଼େଇ କରି ୨୦ ଜଣ ଭାରତୀୟ ଜବାନ୍ ନିଜ ଜୀବନକୁ ବଳିଦାନ ଦେଇଛନ୍ତି । ସେଥି ମଧ୍ୟରୁ ଦୁଇଜଣ ଓଡ଼ିଆ ଜବାନ ରହିଥିବାବେଳେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ବିଅର ପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ ଦେଶପାଇଁ ଲଢ଼େଇ କରି ସହିଦ୍ ହୋଇଛନ୍ତି । କନ୍ଧମାଳ ମାଟି ଆଜି ଗର୍ବିତ ଏହି ଜବାନଙ୍କ ପାଇଁ । ସହିଦ ଜବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ଭଗବାନ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଶକ୍ତି ଦିଅନ୍ତୁ ଏବଂ ଭାରତ ସରକାର ଚିନ୍ କୁ ଏହାର ଜବାବ ଦିଅନ୍ତୁ ବୋଲି କହିଛନ୍ତି ସଙ୍ଗଠନର ମୁଖ୍ୟ ଓ ସଦସ୍ୟମାନେ ।