ବୌଦ୍ଧ : ଆଜି ସକାଳେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲୁଙ୍କୀ ଉପରେ ହୋଇଥିବା ପାଲଝାର୍ ଆନିକଟ୍ ନିକଟରେ ଏକ ଦୁଃଖଦାୟକ ଘଟଣା ଘଟି ଯାଇଛି । ପ୍ରକଳ୍ପ ନିକଟରେ ସେଲ୍ଫି ନେଉଥିବା ବେଳେ ମୋବାଇଲ ଫୋନ ହାତରୁ ଖସିପଡି ଥିଲା । ଫୋନକୁ ଉଦ୍ଧାର ପାଇଁ ସାଲୁଙ୍କୀ ନଦୀକୁ ଡେଇଁ ପଡିବା ଫଳରେ ନଦୀରେ ବୁଡି ପ୍ରାଣ ହରାଇଥିଲେ ଜଣେ ଯୁବ ଇଂଜିନିୟର ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଘଣ୍ଟା ସମୟରେ ଅନୁଗୁଳ ଜିଲ୍ଲା କୁମ୍ଭିଆ ନିକଟରେ ହେଉଥିବା ମେଗା ଉଠା ଜଳ ସେଚନ କାର୍ଯ୍ୟ ନିର୍ମାଣକାରୀ ସଂସ୍ଥାର ଯୁବ ଇଂଜିନିୟର ଆର. ମୁକୁନ୍ଦମ୍ ବଘିଆପଡା ନିକଟସ୍ଥ ପାଲଝାର୍ ଆନିକଟ୍ ନିକଟକୁ ବୁଲି ଯାଇଥିଲେ । ସେଠାରେ ସେଲ୍ଫି ନେଉ ନେଉ ତାଂକର ମୋବାଇଲ ଫୋନ ହାତରୁ ଖସିପଡିଥିଲା । ଫୋନ୍ କୁ ଉଦ୍ଧାର କରିବା ପାଇଁ ସେ ସାଲୁଙ୍କୀ ନଦୀକୁ ଡେଇଁ ପଡି ଥିଲେ । ଫଳରେ ସେ ନଦୀରେ ବୁଡି ଯାଇଥିଲେ । ଖବର୍ ପାଇ ବୌଦ୍ଧରୁ ଦମକଳ ବାହିନୀ ଯାଇ ତାଙ୍କର ମୃତଦେହ ଉଦ୍ଧାର କରି ପୋଷ୍ଟମୋଟମ ପାଇଁ ବୌଦ୍ଧ ଡାକ୍ତରଖାନାକୁ ଆଣିଥିଲା ।