ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଏସକେସିଜି ରାଜନୈତିକ ବିଜ୍ଞାନ ବିଭାଗର ସେମିନାର ଅନୁଷ୍ଠିତ ହୋଇଯାଇଛି । ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ରାଜନୈତିକ ବିଜ୍ଞାନ ବିଭାଗର ମୁଖ୍ୟ ବୈଦ୍ୟନାଥ ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କଲେଜର ଅଧ୍ୟକ୍ଷ ଡକ୍ଟର ଭଜମନ ବେହେରା ଓ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପୂର୍ବତନ ପ୍ରଫେସର ଡକ୍ଟର ଅମେୟ ପାରିଚ୍ଛା ଓ ଅଧ୍ୟାପକ ତ୍ରିପତି ମୁର୍ମୁ, +୩ ଅଧ୍ୟାପିକା ଶ୍ରୀମତି ମମତା ବାରିକ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ସେମିନାରରେ ବିଷୟବସ୍ତୁ ହେଲା ତୃତୀୟ ରାଷ୍ଟ୍ର ମାନଙ୍କର ଆବିର୍ଭାବ ଓ ଶୀତଳ ଯୁଦ୍ଧର ପରିସମାପ୍ତି ଉପରେ ଆଲୋକପାତ ହୋଇ ଥିଲା । ଏହି କାର୍ଯ୍ୟକ୍ରମରେ ରାଜନୈତିକ ବିଭାଗର ବହୁ ଛାତ୍ରଛାତ୍ରୀମାନେ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜର ମତ ବ୍ୟକ୍ତ କରିଥିଲେ । ପରିଶେଷରେ ରାଜନୈତିକ ବିଜ୍ଞାନ ବିଭାଗର +୩ ବର୍ଷର ଛାତ୍ରୀ ରାଣି ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।