ସେକ୍ସ ର‍୍ୟାକେଟ୍‌ ଉପରେ ଚଢାଉ

ବଲାଙ୍ଗୀର: ଶାସ୍ତ୍ରୀ ନଗର ସ୍ଥିତ ଏକ ଭଡାଘରେ ଗତକାଲି ସଂଧ୍ୟାରେ ପୋଲିସ ଏକ ସେକ୍ସ ର‍୍ୟାକେଟ ଉପରେ ଚଢାଉ କରିଥିଲା । ରାଣୀ ମହୁମାଛି ସହ ୯ ଦେହଜୀବୀ ଓ ୨ ପୁରୁଷ ଗ୍ରାହକଙ୍କୁ ଘଟଣାସ୍ଥଳରେ ଠାବ କରିଥିବା ଜଣାଯାଇଛି । ସୁତ୍ରରୁ ଖବର ପାଇ ସ୍ଥାନୀୟ ଟାଉନଥାନା ଅଧିକାରିଣୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଚଢାଉ କରିଥିଲା । ପରେ ଏସଡିପିଓ ପହଞ୍ଚି ଥିଲେ । ଅର୍ଚ୍ଚନା ନାଗଫାଶ କାହାଣୀ ରାଜ୍ୟରେ ହଲଚଲ୍‌ କରୁଥିବା ବେଳେ ବଲାଙ୍ଗୀର ସହରରେ ସେକ୍ସ ର‍୍ୟାକେଟ ଆଲୋଡନ ସୃଷ୍ଟି କରିଛି । ବଲାଙ୍ଗୀର ଭଳି ଛୋଟ ସହରରେ ଏଭଳି କାରବାର ଯୋଗୁଁ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ପୋଲିସ ଉପରେ ନଜର ରହିଛି । ଅଧିକ ତଦନ୍ତ ସହ ମୂଳୋତ୍ପାଟନ କରିବାରେ କେତେ ସକ୍ଷମ ହେବ ସମୟ କହିବ ।

Comments (0)
Add Comment