ଲଗାଣ ବର୍ଷା ଯୋଗୁଁ ଶଗଡ଼ିଆ ସେତୁ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ

ହରଭଙ୍ଗା: ଲଘୁଚାପ ଜନିତ ବର୍ଷା ଯୋଗୁଁ ହରଭଙ୍ଗା ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ପ୍ରକାଶ ଥାଉକି ଗତକାଲି ବିଳମ୍ବିତ ରାତ୍ରରୁ ଆଜି ଦିନ ୧୦ଟା ପର୍ଯ୍ୟନ୍ତ ହରଭଙ୍ଗା ଅଂଚଳରେ ବାଦଲ ଫଟା ପ୍ରବଳ ଧାରରେ ବର୍ଷା ହେବା ଫଳରେ ସମଗ୍ର ଅଂଚଳ ଜଳମଗ୍ନ ହେବା ସହ ବୌଦ୍ଧ ପୂର୍ତ୍ତ ବିଭାଗର ହରଭଙ୍ଗା-ଛତ୍ରଙ୍ଗ ରାସ୍ତାରେ ଥିବା ‘ଶଗଡ଼ିଆ ସେତୁ’ ଉପରେ ୪ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରଭାବିତ ହେଉଥିବା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଫଳରେ ବହୁ ଗାଡି ମୋଟର ଯାଇ ନପାରି ଅଟକି ରହିଛି । ସେହିପରି ଫୁଲବାଣୀ-ଟିକରପଡା ରାସ୍ତାର କୁଶଙ୍ଗ ଠାରେ ଥିବା “ବଡ଼ଝୋର ସେତୁ’ଉପରେ ୫ଫୁଟ ବନ୍ୟାଜଳ ପ୍ରଭାବିତ ହେଉଛି ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ବନ୍ୟାଜଳ ପ୍ରବଳ ବେଗରେ ସେତୁ ଉପରେ ପ୍ରଭାବିତ ହେବା ଫଳରେ ଲୋକମାନେ ଯାଇନପାରି ଅଟକି ରହିଛନ୍ତି ।

ସୂଚନା ମତେ ଆଜି ବହୁ ଛାତ୍ରଛାତ୍ରୀମାନେ ଫୁଲବାଣୀ ଠାରେ ହେଉଥିବା ଏମ.ବି.ବି.ଏସ ନିଟ ପରୀକ୍ଷା ଦେବାପାଇଁ ଯାଉଥିବା ସେତୁ ଉପରେ ବନ୍ୟାଜଳ ପ୍ରଭାହିତ ହେଉଥିବା ଯୋଗୁଁ ପରୀକ୍ଷା ଦେଇ ଯାଇପାରିନଥିବା ଅଭିଯୋଗ କରିଛନ୍ତି । ଏଣୁ ଏହି ସେତୁ ଗୁଡ଼ିକ ଉଚ୍ଚ ଲେବୁଲ ସେତୁ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି । କାରଣ ଏହି ସେତୁ ଗୁଡିକ ପୂର୍ବରୁ ଲୋ ଲେବୁଲ ସେତୁ ଯୋଗୁଁ ବନ୍ୟାଜଳ ପ୍ରଭାହିତ ହେଉଛି । ଏଣୁ ଏହି ସେତୁ ଗୁଡ଼ିକ ଉଚ୍ଚ ଲେବୁଲ ସେତୁ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି । ଏବାବଦରେ ବୌଦ୍ଧ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରଭାତ ଦାସ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ନିରଞ୍ଜନ ଧଳଙ୍କୁ ପଚାରିବାରୁ ସେ କହିଲେ ଶଗଡ଼ିଆ ସେତୁକୁ ଉଚ୍ଚ ଲେବୁଲ ସେତୁ କରିବା ପାଇଁ ସର୍ଭେ କରାଯାଇ ରାଜ୍ୟ ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦିଆଯାଇଛି ଏହା ଅନୁମୋଦନ ହେଲେ ଅକ୍ଟୋବର ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ହେବ ବୋଲି ଯନ୍ତ୍ରୀ ପ୍ରକାଶ କରିଛନ୍ତି ।

Comments (0)
Add Comment