ସଦର ଏସଡିପିଓ ଦାୟିତ୍ୱ ତୁଲାଇବେ ଶିବଶଙ୍କର ମହାପାତ୍ର

ଗଞ୍ଜାମ : ବରିଷ୍ଠ ପୁଲିସ ଅଧିକାରୀ ଶିବଶଙ୍କର ମହାପାତ୍ରଙ୍କୁ ବ୍ରହ୍ମପୁର ପୁଲିସ ଜିଲାର ସଦର ଏସଡିପିଓ( ଉପଖଣ୍ଡ ପୁଲିସ ଅଧିକାରୀ) ଭାବେ ବଦଳି ହୋଇଛି । ଗଞ୍ଜାମ ପୁଲିସ ଜିଲା ମୁଖ୍ୟାଳୟରେ ଆଇୟୁସିଏଡବ୍ଲୁ ଉପ ଆରକ୍ଷୀ ଅଧୀକ୍ଷକ(ଡିଏସପି) ଥିବା ଶ୍ରୀ ମହାପାତ୍ରଙ୍କ କିଛି ଦିନ ତଳେ ଭୁବନେଶ୍ୱର କମିଶନରେଟ ପୁଲିସକୁ ଅତିରିକ୍ତ ପୁଲିସ କମିଶନର ଭାବେ ବଦଳି ହୋଇଥିଲା । ଉକ୍ତ ବଦଳି ନିର୍ଦ୍ଦେଶକୁ ଆଜି ବାତିଲ କରାଯିବା ସହ ଶ୍ରୀ ମହାପାତ୍ରଙ୍କୁ ସଦର ଏସଡିପିଓ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ବର୍ତ୍ତମାନ ସଦର ଏସଡିପିଓ ଭାବେ କାର୍ଯ୍ୟରତ ଥିବା ଜୟନ୍ତ ମହାପାତ୍ରଙ୍କୁ ଗଞ୍ଜାମ ପୁଲିସ ଜିଲାର ଡିଏସପି ଭାବେ ବଦଳି କରାଯାଇଛି ।

ଶ୍ରୀ ମହାପାତ୍ର ପୂର୍ବରୁ ବ୍ରହ୍ମପୁର ପୁଲିସ ଜିଲାର ସଦର ଥାନାରେ ଦୁଇ ଥର ଏବଂ ଗୋପାଳପୁର ଥାନା, ଟାଉନ ଥାନା, ଗୋଳନ୍ଥରା ଥାନା ଓ ଗୋସାଇଁ ନୂଆଗାଁ ଥାନା ଅଧିକାରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ଆସନ୍ତା ଫେବୃଆରୀ ମାସରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ଜଣାଶୁଣା ଥିବା ବରିଷ୍ଠ ପୋଲିସ ଅଧିକାରୀ ଶିବଶଙ୍କର ମହାପାତ୍ରଙ୍କୁ ସଦର ଦାୟିତ୍ୱ ମିଳିଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ଆନନ୍ଦ ପ୍ରକାଶ ପାଇଛି ।

Comments (0)
Add Comment