ବଡ଼ଶଙ୍ଖ ନୂଆସାହି ର ବିଶିଷ୍ଟ ସମାଜସେବୀ ତଥା ସଙ୍ଗଠକ ଦୁଃଖିଶ୍ୟାମ ମର୍ଦ୍ଦରାଜ ଙ୍କର ହୃଦଘାତରେ ଅକାଳ ବିୟୋଗ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୬୧ବର୍ଷ ବୟସ ହୋଇଥିଲା ।ମଙ୍ଗଳବାର ପ୍ରତ୍ୟୁଷରେ ତାଙ୍କର ନିଜସ୍ଵ ବାସଭବନରେ ପରଲୋକ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଧର୍ମ ପତ୍ନୀ ଏବଂ ପରିବାର ସଦସ୍ୟଗଣ ଉପସ୍ଥିତଥିଲେ।ତାଙ୍କର ମୃତ୍ୟୁ ଖବର ପାଇ ବିଧାୟକ ଜୟନ୍ତ ଷଡ଼ଙ୍ଗୀ,ପୂର୍ବତନ ନଗରପାଳ ଶାନ୍ତିଲତା ପ୍ରଧାନ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବାସଭବନ କୁ ଯାଇ ଅନ୍ତିମ ଦର୍ଶନ କରିବା ସହ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏକ ଶୋକାକୁଳ ଶୋଭାଯାତ୍ରା ରେ ତାଙ୍କ ପାର୍ଥିବ ଶରୀର କୁ ସ୍ଵର୍ଗଦ୍ଵାର ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା।ଜ୍ୟେଷ୍ଠ ପୁତ୍ର ଦେବାଶିଷ ମର୍ଦ୍ଦରାଜ ମୁଖାଗ୍ନି ଦେଇଥିଲେ।କନିଷ୍ଠ ପୁତ୍ର ଶୁଭାଶିଷ ମର୍ଦ୍ଦରାଜ,ପୁତୁରା ଚିନ୍ମୟ ଜେନା, ସାନ ଭାଇ ତଥା ସାଂସଦଙ୍କ ପ୍ରତିନିଧି ଘନଶ୍ୟାମ ମର୍ଦ୍ଦରାଜ ପ୍ରମୁଖ ଉପସ୍ଥିତ ଥିଲେ।ସ୍ବର୍ଗତ ମର୍ଦ୍ଦରାଜ ଜଣେ ଦୃଢ଼ ସଙ୍ଗଠକ ଭାବେ ପୁରୀ ସହରରେ ପରିଚିତ ଥିଲେ।ତାଙ୍କର ବିୟୋଗପରେ ସହରରେ ଶୋକର ଛାୟା ଖେଳିଯାଇଛି।