ଆଜି ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ, ଘରେ ବସି ଅନ୍‌ଲାଇନ୍‌ରେ ଦେଖିପାରିବେ ଗ୍ରହଣ

ନୂଆଦିଲ୍ଲୀ ୦୪/୧୨ : ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଆଜି ଦେଖିବାକୁ ମିଳିବ। ସୂର୍ଯ୍ୟେପରାଗ ୪ ଘଣ୍ଟା ୮ ମିନିଟ ପର୍ଯ୍ୟନ୍ତ ରହିବ। ଏହା ଅପରାହ୍ନ ୧୨ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୧୨ଟାରୁ ୧ଟା ୩ ପର୍ଯ୍ୟନ୍ତ ଏହାର ଚରମ ସ୍ଥାନରେ ପହଞ୍ଚିବ। ଆଂଶିକ ସୂର୍ଯ୍ୟୋଗ୍ରହଣ ପୂର୍ବାହ୍ନ ୧୦ଟା ୫୯ରୁ ଆରମ୍ଭ ହୋଇ ୧୨ଟା ୩୦ ପର୍ଯ୍ୟନ୍ତ ଜାରି ରହିବ। ପରାଗ ଅପରାହ୍ନ ୩ଟା ୭ରେ ସଂପୂର୍ଣ୍ଣ ଶେଷ ହେବ। 

ତେବେ ଭାରତରେ ୨୦୨୧ର ଶେଷ ସୂର୍ଯ୍ୟେପରାଗ ଦୃଶ୍ୟମାନ ହେବ ନାହିଁ। ଦକ୍ଷିଣ ଆଫ୍ରିକା ଓ ନାମିବ୍ୟାର କିଛି ସ୍ଥାନରେ ଏହା ଆଂଶିକ ଭାବରେ ଦେଖାଯିବ। ନ୍ୟାସନାଲ ଏରୋନୋଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ ଅନୁସାରେ ଆଗ୍ରହୀ ବ୍ୟକ୍ତିମାନେ ଯେଉଁ ମାନେ ସୂର୍ଯ୍ୟେପରାଗ ଦେଖିବାକୁ ଚାହୁଁଛନ୍ତି, NASAର ୱେବସାଇଟକୁ ଯାଇ ଓ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଲାଇଭ୍‌ ଦେଖିପାରିବେ। ଏହାର ଲାଇଫ୍‌ ଷ୍ଟ୍ରିମିଂ ଭାରତୀୟ ସମୟାନୁସାରେ ଅପରାହ୍ନ ୧୨ଟାରୁ ଆରମ୍ଭ ହୋଇପାରେ।  

annular solar eclipsesolar eclipse 2020solar eclipse 2021surya grahantodays solar eclipsetotal eclipseଘରେ ବସି ଅନ୍‌ଲାଇନ୍‌ରେ ଦେଖିପାରିବେ ଗ୍ରହଣଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ
Comments (0)
Add Comment