କ୍ବାରେଣ୍ଟାଇନରେ ମହିଳାମାନଙ୍କ ପାଇଁ ଅଲଗା ବ୍ୟବସ୍ଥା କରିବାକୁ ଦାବି

ସୋନପୁର : ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଶ୍ରମିକ, ମହିଳା ଶ୍ରମିକ ଓ ତାଙ୍କର ପରିବାର ବର୍ଗଙ୍କୁ ସୁରକ୍ଷିତ ସଂଘରୋଧ ରଖିବା ପାଇଁ ଜିଲ୍ଲାର ସମସ୍ତ ଗ୍ରା.ପ ରେ ଅଧିକରୁ ଅଧିକ ମାତ୍ରାରେ ବେଡ଼ ଓ କୋଠରୀ ତୁରନ୍ତ ଆବଶ୍ୟକ। ପୁଣି ମହିଳା ଶ୍ରମିକଙ୍କ ରହିବା ଓ ଶୌଚ ପାଇଁ ଅଲଗା ବ୍ୟବସ୍ଥା ସହିତ ମହିଳା care taker ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଜିଲ୍ଳାପାଳ ଙ୍କ ଅନୁପସ୍ଥିତିରେ କରୋନା ଜରୁରୀକାଳୀନ ଅଧିକାରୀଙ୍କୁ ବିଜେପି ନେତା ତଥା ବଳଦେବ ବେଦବାକ, ନାରୀନେତ୍ରୀ ଶ୍ରଦ୍ଧାଞ୍ଜଳି ମିଶ୍ର, ସୁରେସ ପାତ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ସହିତ ପରାମର୍ଶ ପତ୍ର ପ୍ରଦାନ କରାଯାଇଛି । ସେହିପରି ତାରଭାରେ ମଧ୍ୟ ଉପରୋକ୍ତ ଦାବିକୁ ନେଇ ବିଜେପି ନେତା ଶ୍ରୀ ସୁରେସ ମହଲା, ବ୍ୟାସଦେବ ମିଶ୍ର,ପବିତ୍ର ମିଶ୍ର ଓ ଯୁବସମାଜ ସେବୀ ଶ୍ରୀ ମାନସ ସାହୁ ପ୍ରମୁଖ ତରଭା ତହସିଲଦାର ଙ୍କୁ ପରାମର୍ଶ ପତ୍ର ପ୍ରଦାନ କରିଛନ୍ତି ।

Comments (0)
Add Comment