ପ୍ଲାଜମା ଦାନକରି ଉଦାହରଣ ପାଲଟିଲେ ମେଘଲା ସରପଞ୍ଚ

ସୋନପୁର,୧୬/୧୦- ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳର ମେଘଲା ସରପଞ୍ଚ ମନୋଜ କୁମାର ସେଠୀ ଗତକାଲି ଭିମସାରରେ ତାଙ୍କର ପ୍ଲାଜମା ଦାନକରି ସମଗ୍ର ଜିଲ୍ଲା ପାଇଁ ଏକ ଉଦାହରଣ ପାଲଟିଛନ୍ତି । ସେ ନିଜେ କରୋନା ସହ ଲଢେଇ କରି ସଂପୂର୍ଣ୍ଣ ସୁସ୍ଥହେବାପରେ ଗତକାଲି ବୁର୍ଲା ଯାଇ ଭୀମସାରର ପ୍ଲାଜମା ସଂଗୃହିତ ସ୍ୱତନ୍ତ୍ର କକ୍ଷରେ ବିଶେଷଜ୍ଞ ଡାକ୍ତରଙ୍କ ଉପସ୍ଥିତିରେ ପ୍ଲାଜମା ଦାନ କରିଥିଲେ । ସେ ଜଣେ ଯୁବନେତା ଭାବରେ ସମସ୍ତ ମହଲରେ ପରିଚିତ ଥିବାବେଳେ ତାଙ୍କର ଏହି ନିଷ୍ପତ୍ତିକୁ ସମସ୍ତ ମହଲରେ ସ୍ୱାଗତ କରାଯାଇଥିବାବେଳେ ଆଗକୁ ଆହୁରି ଅନେକ କୋଭିଡ଼ ଯୋଦ୍ଧା ପ୍ଲାଜମା ଦାନକରିବାକୁ ଉତ୍ସାହିତ ହେବେ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ପ୍ରକାଶ । ବିନିକା ତହସିଲଦାର ଅଲେଖ ଘୁଟା ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତଥା କୋଭିଡ଼ ୧୯ର ନୋଡାଲ ଅଫିସର ଅଶ୍ୱିନୀ କୁମାର ପାଣ୍ଡେ, ମେଡ଼ିକାଲ ଅଫିସର ଡା. ଜୟପ୍ରକାଶ ପ୍ରଧାନ, ସରପଞ୍ଚ ସରୋଜ ସେଠୀଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ପ୍ଲାଜମା ଦାନ ପାଇଁ ସମସ୍ତ କୋଭିଡ଼ ଯୋଦ୍ଧା ଆଗଭର ହେବେ ବୋଲି ଆଶାପ୍ରକଟ କରିଛନ୍ତି ।

Comments (0)
Add Comment