ବନ୍ୟାରେ ଉବୁଟୁବୁ ସୁବର୍ଣ୍ଣପୁର ଜିଲ୍ଲା:ଜଳବନ୍ଦୀ ରେ ଅନେକ ଗାଁ

ସୋନପୁର,୩୦/୮: କ୍ରମାଗତ ଲଗାଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାରରୁ ୪୬ଟି ଗେଟଦେଇ ବନ୍ୟାଜଳ ନିଷ୍କାସନ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ କୂଳରେ ଥିବା ଅନେକ ଗାଁ ପାଣିଘେରରେ ରହି ଅକଥନୀୟ ଦୁର୍‌ଦ୍ଦଶା ଭୋଗୁଛନ୍ତି । ବିଶେଷକରି ବିନିକା, ଉଲୁଣ୍ଡା, ବୀରମହାରାଜପୁର ବ୍ଲକର ବିଭିନ୍ନ ତଳିଅଞ୍ଚଳ ଏଥିପାଇଁ ବିଶେଷ ପ୍ରଭାବିତ ହୋଇଛି ବିନିକା ଅଞ୍ଚଳରେ ଶତାଧିକ ଏକର ଜମିର ଧାନଚାଷ ଓ ପନିପରିବା ଚାଷ ଜମି ଜଳମଗ୍ନ ହୋଇଥିବା ଯୋଗୁଁ ବ୍ୟାପକ କ୍ଷତିର ଆକଳନ କରାଯାଇଛି ତଥା ମଣିଗାଁ,ଝରାପଡ଼ ।,ଗଣେଶ ପୁର ର କିଛି ।ଅଞ୍ଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଥିବା ଜଣାପଡିଛି । ସେହିପରି ଉଲୁଣ୍ଡା ବ୍ଲକର ଏସ୍‌ ପତ୍ରାପାଲି, ନିମ୍ନା ତେଲେଣ୍ଡା ବଢ଼ିଲା ଇତ୍ୟାଦି ଗାଁ ତଥା ବୀରମହାରାଜପୁର । ବ୍ଲକର ବାଗବର ବୁରୋଘାଟ,ଫୁଲଚରା ନୂଆପାଲି,ଖମ୍ବେଶ୍ୱରୀପାଲି,ଆମସଲଭଟା,ଟେଭାପଦର ଇତ୍ୟାଦି ଗ୍ରାମସବୁ ବନ୍ୟାଜଳରେ ବିଶେଷ ପ୍ରଭାବିତ ହୋଇଥିବା ଜଣାପଡିଛି । ତେବେ ଏ ସବୁ ତଳିଅଞ୍ଚଳ ବାସୀଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିବା ବେଳେ ଜରୁରୀକାଳୀନ ସେବାରେ ଯେମିତି କିଛି ବ୍ୟାଘାତ ନହୁଏ ସେଥିପାଇଁ ତୀକ୍‌ଷ୍ଣ ଦୃଷ୍ଟି ରଖାଯିବାସହ ସମସ୍ତ ଅଧିକାରୀ ମାନଙ୍କୁ ଏ ସମସ୍ତ ଅଞ୍ଚଳରେ ସଜାଗ ରଖାଯାଇ ପରିସ୍ଥିତି ଉପରେ ନଜର ରହିଛି ଓ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ ପ୍ରକାଶ କରିଛନ୍ତି । ସେହିପରି ସୋନପୁର ସହରରେ ମଧ୍ୟ ବନ୍ୟାଜଳ ପସି ସହରତଳି ଟିକିରିପଡ଼ ।, କୁମ୍ଭାର ପଡ଼ ।,ତଲପଡା ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷତି ଘଟାଇଥିବା ଦେଖାଯାଇଛି । ସେହିପରି ସହରର ଜିନନଦୀ ରେ ମହାନଦୀ ଜଳ ମିଶିବା ଫଳରେ ସୋନପୁର କଲେଜ ରାସ୍ତାରେ ପାଣିଚାଲିଛି । ବନ୍ୟାଜଳ ରେ ଟିକେ ସୁଧାର ଆସିଲେ କ୍ଷୟକ୍ଷତିର ଆକଳନ କରାଯାଇ ସରକାରୀ ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଯୋଗାଇ ଦେବା ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Comments (0)
Add Comment