ସୁବର୍ଣ୍ଣପୁର ଓ ଉଲୁଣ୍ଡା ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ

ସୁବର୍ଣ୍ଣପୁର,୬/୧୦- ଆଜି ସକାଳେ ସୁବର୍ଣ୍ଣପୁର ଜ଼ିଲ୍ଲା ଉଲୁଣ୍ଡା ବ୍ଲକ ଅଂଚଳ ଅନ୍ତର୍ଗତ ହିକୁଡି ଗାଁର ଜଙ୍ଗଲରେ ପାଞ୍ଚ ଛଅ ଗୋଟି ହାତୀ ବୁଲୁଥିବା ଦେଖି ଉଲୁଣ୍ଡା ତଥା ସୋନପୁର ଅଂଚଳର ଲୋକେ ଭୟରେ ଆତଙ୍କିତ ହୋଇ ପଡିଛନ୍ତି । କାରଣ ସୁବର୍ଣ୍ଣପୁର ସଦର ଓ ହାତୀ ରହିଥିବା ସ୍ଥାନର ବ୍ୟବଧାନ କେବଳ ମହାନଦୀ ପୋଲ । ଏ ଖବର ପାଇବା ପରେ ଉଲୁଣ୍ଡା ଉପଖଣ୍ଡୀୟ ବନ ବିଭାଗ ଅଧିକାରୀ ଶିବ ପ୍ରସାଦ ନାଏକଙ୍କ ନେତୃତ୍ୱରେ ଏକ ବିଭାଗୀୟ ଟିମ ଏବଂ ସୋନପୁର ଉପଖଣ୍ଡୀୟ ବନବିଭାଗ ଅଧିକାରୀ ମନୋରଞ୍ଜନ ବାଘା, ଫରେଷ୍ଟର ଦେବରଞ୍ଜନ ଛତ୍ରିଆଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ ସୁଜ୍ଞାନୀ ମିଶ୍ର ଓ ଅନ୍ୟ କର୍ମଚାରୀ ହାତୀ ସବୁଙ୍କଠାରୁ ଲୋକଙ୍କ ଧନ ଜୀବନ ସୁରକ୍ଷା ଲାଗି ମହାନଦୀର ଉଭୟପଟେ ସଜାଗ ରହି ହାତୀପଲଙ୍କୁ ନିରାପଦରେ ଜଙ୍ଗଲ ପଟକୁ ଘଉଡାଇ ଦେବା ଚେଷ୍ଟାରେ ଲାଗିଛନ୍ତି ।

Comments (0)
Add Comment