ବର୍ଷାରେ ବେହାଲ ସୁବର୍ଣ୍ଣପୁର

ସୋନପୁର,୨୬/୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପର ପ୍ରଭାବରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ କ୍ରମାଗତ ବର୍ଷା ଯୋଗୁଁ ସମସ୍ତ ନାଳ ବର୍ଷା ପାଣିରେ ପୁରିଉଠି ସମସ୍ତ ତଳି ଅଞ୍ଚଳରେ ନାହିଁନଥିବା ପରିସ୍ଥିତି ସୃଷ୍ଟି କରିଛି । ଏପରିକି ସହରର ୱ ।ର୍ଡ଼ ନଂ-୧୦ ଅନ୍ତର୍ଗତ ପଟାଭାଡି ଅଞ୍ଚଳରେ ବର୍ଷା ପାଣି ଜମି ବିଭିନ୍ନ ଘରମାନଙ୍କରେ ପଶିଯାଇ ବ୍ୟାପକ କ୍ଷତି ଘଟାଇଛି । ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପଟାଭାଡି ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ଯୋଗୁଁ ଉଭୟ ପଟର ଡ୍ରେନ କାମ ସଂପୂର୍ଣ୍ଣ କରିବାରେ ପିଡ଼ବ୍ଲୁଡି ବିଭାଗର ଅହେତୁକ ବିଳମ୍ବ ଯୋଗୁଁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ପଡାବାସୀ ଅଭିଯୋଗ କରିଛନ୍ତି । ଆଜି ଅବସ୍ଥାରେ ଉନ୍ନତି ନହେବା ଯୋଗୁଁ ଅଗ୍ନିଶମ ବିଭାଗ ତରଫରୁ ପାଣି ନିଷ୍କାସନର ବ୍ୟବସ୍ଥା କରାଯାଇଛି । ତେବେ ବର୍ଷାର ଆଗମନ ପୂର୍ବରୁ ପିଡ଼ବ୍ଲୁଡି ବିଭାଗ ଉକ୍ତ ଡ୍ରେନ ଯଦି ନିର୍ମାଣ କରିଥାନ୍ତା ତାହେଲେ ଏପରି ଅବସ୍ଥା ସୃଷ୍ଟି ହୋଇନଥାନ୍ତା ବୋଲି ପଡ଼ ।ର ସୁଧିର କୁମାର ପଣ୍ଡା, ରାମଚନ୍ଦ୍ର ହୋତା, ନବୀନ ହୋତା, ଚଂପେଶ୍ୱର ମେହେର, ସୁବାସ ବଡ଼ମାଳୀ ପ୍ରମୁଖ ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରିଛନ୍ତି ।

Comments (0)
Add Comment