ସୁବର୍ଣ୍ଣାନାରୀ ଜାଗରଣ କେନ୍ଦ୍ରରେ ରଙ୍ଗୋଲି କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର,୪/୨- ସୁବର୍ଣ୍ଣାନାରୀ ଜାଗରଣ କେନ୍ଦ୍ର ଏବଂ ଲେପ୍ରା ସୋସାଇଟିର ମିଳିତ ଆନୁକୂଲ୍ୟରେ କୁଷ୍ଠ ନିରାକରଣ ପକ୍ଷ ପାଳନ ଅବସରରେ ଏକ ରଙ୍ଗୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଉପରେ ଏହି ରଙ୍ଗୋଲି ପ୍ରସ୍ତୁତିକୁ ପ୍ରାଧାନ୍ୟ ଦିଆଯାଇଥିଲା । ଏଥିରେ ଜୁନିୟର ଗ୍ରୁପରେ ଭଗବତୀ ରାୟଗୁରୁ, ଇନ୍ଦୁମତୀ ପୁରୋହିତ ତଥା ଲେପ୍ରା ସୋସାଇଟିର ପ୍ରକଳ୍ପ ଅଧିକାରୀ ନେତ୍ରାନନ୍ଦ ସାହୁ ଏବଂ ସିନିୟର ଗ୍ରୁପରେ କ୍ଷେତ୍ର ସଂଯୋଜକ ନୃସିଂହ ମିଶ୍ର ଏବଂ ଶିକ୍ଷାବିତ ନରେନ୍ଦ୍ର କୁମାର ମିଶ୍ର ପରିଚାଳନା କରିବାସହ ବିଚାରକ ଭାବରେ ଯୋଗ ଦେଇଥିଲେ । ଏଥିରେ ସୁବର୍ଣ୍ଣାର ସମସ୍ତ ସଭ୍ୟା ଅଂଶଗ୍ରହଣ କରିଥିଲେ । ଲେପ୍ରା ସୋସାଇଟିର ଆମ୍ବାସାଡର ଗୋରେଖ ନାଥ ସାହୁ ପ୍ରତିଯୋଗିତାର ଜୁନିଅର ଗ୍ରୁପର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ନିକିତା ବିଶି, ଜ୍ୟୋତିର୍ମୟୀ ବିଶି ଓ ସମିକ୍ଷା ଶୁଭନନ୍ଦିନୀ ମେହେର ଏବଂ ସିନିୟର ଗ୍ରୁପରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଆରତୀ ଖମାରୀ, ପୁଷ୍ପା ମେହେର ଓ କଳ୍ପନା ମେହେରଙ୍କୁ ଉତ୍ସାହିତ କରିଥିଲେ । ଏହି କୃତି ପ୍ରତିଯୋଗୀମାନେ ଆଜି ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ ହେବେ ବୋଲି ସୂଚନା ଦିଆଯାଇଛି ।

Comments (0)
Add Comment