ସୋନପୁରର ସୁନା ଝିଅ ତୁଳସୀ ଓ ମୌସୁମୀ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବାଜିମାତ

ସୁବର୍ଣ୍ଣପୁର,୧/୮- ଓଡ଼ିଶା ସିଭିଲ୍‌ ସର୍ଭିସ ପରୀକ୍ଷାରେ ୪୬ ନମ୍ବର ସ୍ଥାନରେ ସୋନପୁର ସହରର ସୁନା ଝିଅ ତୁଳସୀ ମେହେର (୨୫) ଓ ୩୧୪ ନମ୍ବର ସ୍ଥାନରେ ମୌସୁମୀ ପାତ୍ର ସଫଳତା ପାଇ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ଏହି ସଫଳତା ନେଇ ତାଙ୍କର ପରିବାରବର୍ଗଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ତୁଳସୀ ଦଶମ ଶ୍ରେଣୀରେ ୯୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ବଲାଙ୍ଗୀର ଯୁବୋଦୟ କଲେଜ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ସେ ୯୧ ପ୍ରତିଶତ ମାର୍କ ରଖି ବଲାଙ୍ଗୀର ଜିଲ୍ଲା ଟପ୍ପରର ସ୍ଥାନ ଅଧିକାର କରିଥିଲେ । ପରେ ରାଉରକେଲାସ୍ଥିତ ଏନଆଇଟିରେ କେମିକାଲ ବିଭାଗ ଇଂଜିନିୟରିଂରେ ପାସ କରି ତୁଳସୀ ମେହେର ଜଣେ ମେଧାବୀ ଛାତ୍ରୀ ଭାବରେ ପ୍ରତିପାଦିତ କରିଥିଲେ । ଜନସେବା ଲକ୍ଷ୍ୟ କରି ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପ୍ରସ୍ତୁତି ପାଇଁ ୮/୯ ଘଣ୍ଟା ପରିଶ୍ରମ କରିଛନ୍ତି । ଆମର ଯୌଥ ପରିବାର ହେଲେ ମଧ୍ୟ କଠିନ ପରିଶ୍ରମ ପାଇଁ ତୁଳସୀକୁ ସଫଳତା ମିଳିଛି ବୋଲି କହନ୍ତି ବାପା ଖଡିଭୂଷଣ ମେହେର , ମା ଅମ୍ବିକା ମେହେର ଓ ଖୁଡି ଜ୍ୟୋସ୍ନା ମେହେର । ଏହି ସଫଳତା ପାଇଁ ଭାଇ ଚନ୍ଦନ ବାପା, ମାଆ ସହ ଭଗବାନଙ୍କୁ ଶ୍ରେୟ ଦେଇଛନ୍ତି ତୁଳସୀ ମେହେର । ସେହିପରି ସୋନପୁର ସହରର ମୌସୁମୀ ପାତ୍ର (୩୦) ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୩୧୪ନମ୍ବର ସ୍ଥାନ ରଖି ଗୌରବ ଆଣି ଦେଇଛନ୍ତି । ସୋନପୁର ବାଳିକା ହାଇସ୍କୁଲ ଦଶମ ଶ୍ରେଣୀ ଓ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଏକ ମେଧାବୀ ଛାତ୍ରୀ ଭାବରେ ପରିଚିତ ହୋଇଥିଲେ ।

ପରବର୍ତ୍ତୀ ସମୟରେ ଭୁବନେଶ୍ୱରସ୍ଥିତ ମିଟସ ସ୍କୁଲ ଅଫ ବାଇ ଟେକୋନଲୋଜିରେ ବିଏସସି ଏବଂ ଏମଏସି ଡିଗ୍ରୀ ହାସଲ କରିଛନ୍ତି । ଏବେ କିଟ୍ସ କଲେଜରେ ସିନିୟର ଲେବ୍‌ରୋଟେରୀ ଟ୍ରେକିସିଏନ ଭାବରେ କାର୍ଯ୍ୟରତ ଅଛନ୍ତି । ପ୍ରତିଦିନ ୮/୯ ଘଣ୍ଟା ପରିଶ୍ରମ କରନ୍ତି ବୋଲି ବାପା ସଦାନନ୍ଦ ପାତ୍ର ସହ ମା ଉମା ପାତ୍ର କହିଛନ୍ତି । ମେଧାବୀ ଛାତ୍ରୀ ମୌସୁମୀ ହେଉଛନ୍ତି ପୂର୍ବତନ ବିଧାୟକ ବିନୋଦ ପାତ୍ରଙ୍କ ଝିଆରୀ ।ପ୍ରଥମ ଥର ପାଇଁ ସହର ର ଦୁଇଜଣ କନ୍ୟା ରତ୍ନ ଙ୍କ ଏପରି ସଫଳତା ଜିଲ୍ଲା ର ଶିକ୍ଷା ପ୍ରେମୀଙ୍କୁ ଖୁବ ଆନନ୍ଦ ପ୍ରଦାନ କରିଛି ।

Comments (0)
Add Comment