ଜିଲ୍ଲା ବଣିକ ସଂଘ ସଂପାଦକଙ୍କ ମାତୃବିୟୋଗ

ସୁବର୍ଣ୍ଣପୁର,୫/୨- ଗତକାଲି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ବଣିକ ସଂଘ ର ସଂପାଦକ ବି.ସତ୍ୟନାରାୟଣ ରାଓଙ୍କ ମାଁ ଶ୍ରୀମତୀ ବି.ଲକ୍ଷ୍ମୀଦେବୀଙ୍କ ୭୬ବର୍ଷ ବୟସରେ ବିୟୋଗ ଘଟିଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ କିଛିଦିନ ଆଗରୁ ଶଯ୍ୟାଶାୟୀ ଥିଲେ । ସେ ଜଣେ ଧର୍ମପରାୟଣା ମହିଳା ଭାବରେ ବେଶ ଜଣାଶୁଣା ଥିଲେ । ବୁଢିମା ମନ୍ଦିରର ପୂଜକ ବି. ଶିବରାଓଙ୍କର ସେ ଧର୍ମପତ୍ନୀ ଥିଲେ । ତାଙ୍କରି ବିୟୋଗରେ ଢେରାପଡା ସମେତ ସମଗ୍ର ବଡ଼ବଜାର ଅଞ୍ଚଳରେ ଶୋକପ୍ରକାଶ ପାଇଥିଲା । ତାଙ୍କର ମରଶରୀରକୁ ଜିଲ୍ଲା ବଣିକ ସଂଘର ଅନେକ କର୍ମକର୍ତ୍ତା ଙ୍କସହ ସହରର ଅନେକ ମାନ୍ୟଗଣ ବ୍ୟକ୍ତିବିଶେଷ ତାଙ୍କର ଶେଷଦର୍ଶନ କରିବାପରେ ତାଙ୍କର ମରଶରୀରକୁ ଦକ୍ଷିଣ ଭାରତୀୟ ପରମ୍ପରାମତେ ତ୍ରିବେଣୀ ସଙ୍ଗମସ୍ଥ ରାମେଶ୍ୱର ଶ୍ମଶାନ ଘାଟରେ ଅନ୍ତେଷ୍ଟିକ୍ରିୟା କରାଯାଇଥିଲା ।

Comments (0)
Add Comment