ସୁବର୍ଣ୍ଣପୁର ନଦୀ ସଂଗମ ସ୍ୱର୍ଣ୍ଣ ପ୍ରୟାଗ ଘାଟରେ ହିନ୍ଦୁ ନବବର୍ଷ ପାଳିତ

ସୁବର୍ଣ୍ଣପୁର,୨/୪ – ଚୈତ୍ର ଶୁକ୍ଲ ପ୍ରତିପଦା ତଥା ହିନ୍ଦୁ ନବବର୍ଷ ଆଜି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ,ସଂସ୍କାର ଭାରତୀ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମିଳିତ ଭାବରେ ମହାନଦୀ ଓ ତେଲନଦୀ ସଂଗମସ୍ଥଳୀ ସ୍ୱର୍ଣ୍ଣ ପ୍ରୟାଗ ଘାଟରେ ହିନ୍ଦୁ ନବବର୍ଷ ପାଳିତ ହୋଇଛି । ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସଂଯୋଜନାରେ ଉଦୟମାନ ସୂର୍ଯ୍ୟଙ୍କୁ ପୂଜା ଆରାଧନା ସହ ଆଳତି ପ୍ରଦାନ ଓ ଭାରତମାତାଙ୍କ ବନ୍ଦନା ଗାନ କରାଯାଇଥିବାବେଳେ ମିଳିତ ଭାବରେ ସୂର୍ଯ୍ୟ ନମସ୍କାର ଅନୁଷ୍ଠିତ ହୋଇ ହିନ୍ଦୁ ନବବର୍ଷ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ଆଜିର ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶିବଭାଇ, ମାଙ୍ଗୁ ସେଠୀ, ରଶ୍ମି ରଞ୍ଜନ ଦାସ, ପ୍ରଦୀପ ପୁରୋହିତ, ମନୋରଞ୍ଜନ ତ୍ରିପାଠୀ,ମନୋଜ ପଣ୍ଡା ପ୍ରମୁଖଙ୍କ ସହ ଗଣମାଧ୍ୟମର ପ୍ରତିନିଧି ସମୁହ ଉପସ୍ଥିତ ଥିଲେ ।

Comments (0)
Add Comment