ସୁବର୍ଣ୍ଣପୁର,୧୬/୬-ସୁବର୍ଣ୍ଣପୁର ଜିଲ୍ଲାର କୃଷକ ମାନଙ୍କ ଆନ୍ଦୋଳନ ବିଷୟ ଓ ତାହାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟକୁ ଚିଠି ଲେଖିଛନ୍ତି ବଲାଙ୍ଗୀର ଲୋକସଭାର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ । ସିଂଦେଓ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଚାଷୀ ମାନଙ୍କୁ ଯେଉଁ ଟୋକନ ଦିଆଯାଇଛି ତାହା ଠିକ୍ ଭାବରେ କେତେ ଜମିରେ ଚାଷ ହୋଇଛି ଏବଂ କେତେ ପରିମାଣର ଧାନ ଉତ୍ପାଦନ ହେବ ତାହା ସଠିକ୍ ରୁପରେ ଆକଳନ ହୋଇପାରିନାହିଁ । ଯାହା ଫଳରେ ଅନେକ ଚାଷୀ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି । ସେଥିପାଇଁ ତାଙ୍କର ଅସନ୍ତୋଷକୁ ପ୍ରକାଶ କରିବାପାଇଁ ଆନ୍ଦୋଳନର ପନ୍ଥା ଅବଲମ୍ବନ କରିଛନ୍ତି । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷକ ମାନଙ୍କ ଦାବିପ୍ରତି ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଏହି କରୋନା ସମୟରେ ସମସ୍ତ ଚାଷୀଙ୍କ ଉତ୍ପାଦିତ ଧାନ କ୍ରୟ କରିବା ପାଇଁ ଜିଲ୍ଲାଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବାପାଇଁ ତାଙ୍କ ଚିଠିରେ ଅନୁରୋଧ କରିଛନ୍ତି ।