୮୧.୨୮% ମତଦାନରୁ ଆରମ୍ଭ ହେଲା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ପ୍ରଥମ ପର୍ଯ୍ୟାୟ ଭୋଟ୍‌

ସୁବର୍ଣ୍ଣପୁର,୧୬/୨ – ଆଜି ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଆଜିର ଭୋଟଗ୍ରହଣ ଡୁଙ୍ଗୁରିପାଲି ବ୍ଲକର ୩୩୦ଟି ବୁଥ ରେ ୯୬୭୬୦ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବାପାଇଁ ଥିଲେ । ଡୁଙ୍ଗୁରିପାଲି ବ୍ଲକର ୨୬ ଗୋଟି ପଂଚାୟତରେ ୧୦୬ଜଣ ସରପଞ୍ଚ ପ୍ରାଥୀ,୭୪ଜଣ ସମିତି ସଭ୍ୟ ପ୍ରାର୍ଥୀ ଓ ୧୧ଜଣ ଜିଲ୍ଲା ପରିଷଦ ପ୍ରାଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି । ଆଜିର ଭୋଟଗ୍ରହଣ ପାଇଁ ମହିଳା ଓ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆଜି ପ୍ରଥମ ପର୍ଯ୍ୟାୟରେ ଜନସାଧାରଣ ଶାନ୍ତି ଶୃଙ୍ଖଳାର ସହ ୮୧.୨୮% ପ୍ରତିଶତ ମତଦାନ କରିଛନ୍ତି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନକୁ ମୁକ୍ତ ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବିଷୟରେ ସୁବର୍ଣ୍ଣପୁର ଏସ୍‌ପି ସୀତାରାମ ଶତପଥୀ ସୁଚନା ଦେଇଛନ୍ତି ।

Comments (0)
Add Comment