ସୁବର୍ଣ୍ଣପୁର,୯/୧୦ – ସୁବର୍ଣ୍ଣପୁର ଜ଼ିଲ୍ଲା ମହାନଦୀ ଛକ ହିକୁଡି ଗାଁ ର ଜଣାଶୁଣା ସମାଜସେବୀ ତଥା ପ୍ରକୃତି ବନ୍ଧୁ ରାଜୀବ ଲୋଚନ ଗୁରୁ ଓ ସରକାରୀ ଶିକ୍ଷୟିତ୍ରୀ ସତ୍ୟଭାମା ମିଶ୍ରଙ୍କ ସୁପୁତ୍ର ରାମ କ୍ରିଷ୍ଣା ସତ୍ୟରାଜ ଗୁରୁ ସମ୍ପ୍ରତି ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା- ୨୦୨୦ ରେ ୧୮ ନମ୍ବର ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇ ଏହି ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । ଶ୍ରୀମାନ ଗୁରୁ ସାହାରା ଟ୍ରଷ୍ଟ ହାଇସ୍କୁଲ ସୋନପୁରରେ ନିଜର ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ଓ ୟୁ ଏ ଟି ଭୁବନେଶ୍ୱର, ଇନ୍ଦିରା ଗାନ୍ଧୀ କୃଷି ମହାବିଦ୍ୟାଳୟ ରାଏପୁର -ଛତିଶଗଡ଼, ଏବଂ ଏଗ୍ରିକଲଚର ରେ ପି ଏଚ ଡି କ୍ୟାରିଅର ଗଢ଼ି ଆଇ ସି ଏ ଆର ଗବେଷଣା କେନ୍ଦ୍ରରୁ ସେ ସ୍କୋଲାରସିପ ପାଇଥିବା ଜଣାଯାଏ । ସେ ପ୍ରଥମଥର ପରୀକ୍ଷାରେ ଏହି କୃତିତ୍ୱ ହାସଲ କରିଛନ୍ତି । ଏହି ସଫଳତାର ଶ୍ରେୟ ସେ ନିଜର ସମସ୍ତ ସ୍କୁଲ କଲେଜ ଟିଚର ବିଶେଷ ଭାବେ ସାହାରାର ଏଚ ଏମ ଗତିକୃଷ୍ଣ ମିଶ୍ର, ଦିଲ୍ଲୀପ ପଣ୍ଡା ଓ ପିତାମାତାଙ୍କୁ ପ୍ରଦାନ କରିଛନ୍ତି । ତାଙ୍କର ଏହି ସଫଳତାରେ ସୋନପୁର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଆଜି ଶ୍ରୀମାନ ଗୁରୁ ପରିବାରର ଅଗଣିତ ଶୁଭେଛୁ ରାମକୃଷ୍ଣ ଓ ତାଙ୍କର ପିତା ମାତାଙ୍କୁ ଫୋନ ଯୋଗେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ।