ସୁବର୍ଣ୍ଣପୁର,୪/୮- ସୋନପୁରସ୍ଥିତ ଉତ୍କଳ ବାଳାଶ୍ରମରେ ରହୁଥିବା ବାପା, ମା ଛେଉଣ୍ଡ ଚନ୍ଦ୍ରକାନ୍ତି ହାତୀ ଟାଟା ପାୱାର ଦକ୍ଷିଣାଞ୍ଚଳ ଓଡିଶା ବିତରଣ ଲିମିଟେଡରେ ଡିପ୍ଲୋମା ଇଞ୍ଜିନିୟର ଭାବରେ ନିଯୁକ୍ତି ପାଇଛନ୍ତି । ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଟାଟା ପାୱାର କାର୍ଯ୍ୟାଳୟରେ ଗତକାଲି ସେ ଯୋଗ ଦେଇଛନ୍ତି । କମ୍ପାନୀର ଗେଷ୍ଟହାଉସରେ ରହିବାର ବ୍ୟବସ୍ଥା କରାଯିବାସହ କମ୍ପାନୀ ଗାଡିରେ କାର୍ଯ୍ୟାଳୟକୁ ଯିବାଆସିବା ନିମନ୍ତେ ବ୍ୟବସ୍ଥା ରହିଛି । ପ୍ରଥମ ୬ ମାସ ପ୍ରୋବେଶନ ପିରିୟଡ ରହିଛି । ଚନ୍ଦ୍ରକାନ୍ତିଙ୍କୁ ୨୦୨୦ ମସିହାରେ ଉତ୍କଳ ବଳାଶ୍ରମରେ ଥଇଥାନ କରାଯାଇଥିଲା । ଜିଲ୍ଲାର ତରଭାବ୍ଲକ ବଘିଆମୁଣ୍ଡାର ଚନ୍ଦ୍ରକାନ୍ତି ସରକାରୀ ପୋଲିଟେକନିକ ସୋନପୁର ଠାରୁ ଇଲେକଟ୍ରିକାଲ ଟ୍ରେଡରେ ଡିପ୍ଲୋମା ହାସଲ କରିଛନ୍ତି ତା ପୂର୍ବରୁ ବରଗଡରେ ଆଇଟିଆଇ ଶିକ୍ଷା ସମାପ୍ତ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ନିଜ ଉପାର୍ଜିତ ଅର୍ଥରେ ନିଜ ସାନ ଭଉଣୀଙ୍କୁ ପାଠ ପଢାଇବି ବୋଲି ଆଶା ରଖିଛନ୍ତି । ସାନ ଭଉଣୀ ମଧ୍ୟ ଉତ୍କଳ ବାଳାଶ୍ରମରେ ବର୍ତ୍ତମାନ ରହୁଛି । ଚନ୍ଦ୍ରକାନ୍ତିଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ଏକ ବିରାଟ ଉଦାହରଣ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।