ସୁବର୍ଣ୍ଣପୁର,୪/୧୦ – ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ବିଦ୍ୟୁତ କାର୍ଯ୍ୟାଳୟରେ ଉତ୍ତେଜନା । ବାରମ୍ବାର ବିଦ୍ୟୁତ ବିଭ୍ରାଟ ସହ ଟ୍ରାନ୍ସଫର୍ମର ପୋଡି ଯୋଗୁଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ । ବାରମ୍ବାର ଅଭିଯୋଗ ସତ୍ୱେ ହେଉନି ସମାଧାନ । ଫଳରେ ବିଦ୍ୟୁତ ବିଭାଗର କାର୍ଯ୍ୟାଳୟ ଘେରିବା ସହ ସ୍ଥାନୀୟ ଏସଡିଓଙ୍କ ସହ ଯୁକ୍ତିତର୍କ କରୁଛନ୍ତି ଉପଭୋକ୍ତାମାନେ । ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଲୁତୁରପଙ୍କ ଗ୍ରାମରେ ଦୀର୍ଘ ୧୫ ଦିନ ହେଲା ଲାଇନ ନାହିଁ । ଟ୍ରାନ୍ସଫର୍ମର ପୋଡି ଯାଇଥିବାବେଳେ ଗ୍ରାମବାସୀ ଅନେକଥର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେଣି । ହେଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ବିଦ୍ୟୁତ ବିଭ୍ରାଟ ଯୋଗୁଁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଆଜି ଗ୍ରାମବାସୀ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏସଡିଓଙ୍କୁ ଘେରିଛନ୍ତି । ତୁରନ୍ତ ଏହାର ସମାଧାନ ନକେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । କେବଳ ଲୁତୁରପଙ୍କ ନୁହେଁ ସାରା ବୀରମହାରାଜପୁର ଉପଖଣ୍ଡରେ ବିଦ୍ୟୁତ ବିଭ୍ରାଟ ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅପରପକ୍ଷରୁ ଯଥା ଶୀଘ୍ର୍ର ତାଙ୍କର ସମସ୍ୟାର ସମାଧାନ ହେବ ବୋଲି ଏସଡିଓ ସଫେଇ ଦେଇଛନ୍ତି ।