ପଏଁରୀ ଅନୁଷ୍ଠାନକୁ ଡବ୍ଲୁଓ଼ଡିସି ସିଇଓ ଓ ଜିଲ୍ଲାପାଳଙ୍କ ପରିଦର୍ଶନ

ସୁବର୍ଣ୍ଣପୁର,୧୫/୭- ଆଜି ଦିବା ୧ ଘଣ୍ଟା ସମୟରେ ସୁବର୍ଣ୍ଣପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରେମ ଚାନ୍ଦ ଚୌଧୁରୀ ଓ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପରିଦର୍ଶନ କରିଥିଲେ । ଅନୁଷ୍ଠାନର ଭିତ୍ତିିଭୂମି, କାର୍ଯ୍ୟଶୈଳୀ ଉପରେ ଆଲୋଚନା କରି ଡବ୍ଲୁଓଡିସି ଅନୁଦାନର କୋଠା ନିର୍ମାଣ ଓ଼ ସଦ-ବିନିଯୋଗକୁ ତଦାରଖ କରିଥିଲେ । ଜାତୀୟ ସ୍ତରର ଉତ୍ସବ ମାନଙ୍କରେ ପଏଁରୀର ଯୋଗଦାନ ଓ଼ ସେମିନାର, ପାରମ୍ପରିକ ଲୋକକଳାର ଗବେଷଣା, ଲୋକନୃତ୍ୟର ପାରଦର୍ଶିତା ଓ଼ ସଫଳତା ଉପରେ ସିଇଓ ଏବଂ ଜ଼ିଲ୍ଲାପାଳଙ୍କ ଆଲୋଚନାବେଳେ ବିଭିନ୍ନ ପ୍ରଶ୍ନର ଉତ୍ତରରେ ଅନୁଷ୍ଠାନର ଉପଦେଷ୍ଟା ତଥା ସଂସ୍କୃତି ଗବେଷକ ଗଦାଧର ବାରିକ ଓ ସମ୍ପାଦକ ଚୌଧୁରୀ ବିଭାର ମତ ରଖିଥିଲେ । ଏବଂ ଅନୁଷ୍ଠାନ ପରିସରରେ ଏକ ନୂତନ ଅଡିଟୋରିୟମ ଓ ଫାଟକ ଆବଶ୍ୟକତା ଓ଼ ନିର୍ମାଣ ସକାଶେ ସିଇଓ ଶ୍ରୀ ଚୌଧୁରୀ ଓ଼ ଜ଼ିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ, ଜ଼ିଲ୍ଲା ଯୋଜନା ବୋର୍ଡର ଉପ -ନିର୍ଦ୍ଦେଶକ ଯୋଗ ଦେଇଥିବାବେଳେ ପଏଁରୀର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ, ସଭାପତି ଲଡ଼ୁ କିଶୋର ମଲ୍ଲିକ, ଉପ ସଭାପତି ପ୍ରଫୁଲ୍ଲ ନାଏକ, କାର୍ଯ୍ୟକର୍ତ୍ତା ଗରିବ ଲୋଈ, ମନୋରଞ୍ଜନ ତ୍ରିପାଠୀ, ସୁଶାନ୍ତ ସାହୁ, ଗୋପାଳ ମେହେର, ପୃଥ୍ୱୀରାଜ ବାଘ, ଅଜିତ ବାଗ, ସନ୍ତୋଷ ପାଢୀ, ଜଗା ନରଭସିଆ, ଜିତେନ୍‌ ବାଘ ପ୍ରମୁଖ ସକ୍ରିୟ ଯୋଗଦାନ କରିଥିଲେ । ସିଇଓ ଓ଼ ଜ଼ିଲ୍ଲାପାଳଙ୍କୁ ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଫାଟକଠାରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Comments (0)
Add Comment