ପାଦରେ ଚାଲିଚାଲି ଜଗନ୍ନାଥଙ୍କ ଦର୍ଶନପାଇଁ ଲାଳାୟତ କୃପାଲ୍‌ ସିଂହ ଯାଦବ

ସୁବର୍ଣ୍ଣପୁର,୨୮/୭- ଭକତ ଭାବରେ ବନ୍ଧା ସେ କାଳିଆ ଠାକୁର । ହେ ବଳିଆର ଭୁଜ ତୋର ସେ ହସ ହସ ବଦନ ଟିକେ ର ପଲକ ପାଇଗଲେ ମୋର ଏ ହଜାର ହଜାର କିଲୋମିଟର ଯାତ୍ରା ସଫଳ ହୋଇଯିବ …… କେବେ ଦାସିଆ ଠାରୁ ନଡ଼ିଆ ନେଇ ତ କେବେପୁଣି ସୁଦାମାର ଖୁଦ ଭଜା ଖାଇ ଖୁସି ହୋଇ ଭକତ କୁ ତେ । ଡୋରିରେ ବାନ୍ଧି ସ୍ୱର୍ଗ ସୁଖ ଅନୁଭବ କରୁଥିବା କାଳିଆ ଠାକୁରଙ୍କ ସାନିଧ୍ୟ ଟିକକ ପାଇବାପାଇଁ । ଆଜି ସୁବର୍ଣ୍ଣପୁର ଜିଲ୍ଲାର ବ୍ଲକଛକରେ ଚାଲିଚାଲି ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ପୁରୀକୁ ଯାଉଥିବା ଜଣେ ବ୍ୟକ୍ତି ମଧ୍ୟପ୍ରଦେଶରୁ ପୁରୀ, ଯାତ୍ରା ପୁଣି ନିଜର ୨୦କେଜିର ଲଗେଜ୍‌ ଧରି । ନିରନ୍ତର ଭାବେ ଜୁଲାଇ ୫ତାରିଖରୁ ବାହାରି ଖାଲିପାଦରେ ଚାଲିଚାଲି ବାହାରିଛନ୍ତି ପୁରୀ । ଏ ରାସ୍ତା କେବେ ସରିବ ତାହା ଶ୍ରୀ ଜଗନ୍ନାଥଙ୍କୁ ଜଣା ବୋଲି କୃପାଳ ସିଂ ଯାଦବ କୋହଭରା କଣ୍ଠରେ କହିଛନ୍ତି । ଜଗନ୍ନାଥଙ୍କୁ ସେ ଆଗରୁ ବହୁଥର ଦେଖିଛନ୍ତି ମାତ୍ର ତାଙ୍କ ମନରେ କେବେ ଭଗବାନଙ୍କୁ ଚାଲି ଚାଲି ଦେଖିଯିବି ବୋଲି ଥରେ ମନସ୍ଥ କରିଥିଲେ ଓ ସୌଭାଗ୍ୟକ୍ରମେ ସେ ଚାଲି ଚାଲି ଜଗନ୍ନାଥଙ୍କ ଦର୍ଶନରେ ବାହାରିଛନ୍ତି । ପ୍ରଥମେ ମଧ୍ୟପ୍ରଦେଶ ଛତିଶଗଡ ଓ ଏବେ ସୁବର୍ଣ୍ଣପୁର ଦେଇ ପୁରୀ ଅଭିମୁଖେ ଏକ ଅବିସ୍ମରଣୀୟ ଓ ଦୁର୍ଗମ ଯାତ୍ରାରେ ବାହାରିଛନ୍ତି ଶ୍ରୀ ଯାଦବ । ମନରେ ଅସୁମାରୀ ସ୍ୱପ୍ନ କେବେ ସାକ୍ଷାତ ହେବ ସେ କାଳିଆ ଠାକୁରଙ୍କର ଓ ତାଙ୍କର ସ୍ୱପ୍ନ ସାକାର ହେବ ।

Comments (0)
Add Comment