ସୁବର୍ଣ୍ଣପୁରରେ ଚାଲୁହେଲା ନୋ ହେଲମେଟ ନୋ ପେଟ୍ରୋଲ

ସୁବର୍ଣ୍ଣପୁର,୧/୯- ଆଜିଠାରୁ ପରିବହନ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାରେ ଲାଗୁହେଲା ନୋ ହେଲମେଟ ନୋ ପେଟ୍ରୋଲ । ଏଥିପାଇଁ ଆଜି ସ୍ଥାନୀୟ ଜୟଯବାନ ପେଟ୍ରୋଲ ପମ୍ପ ପରିସରରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ସିଏସ୍‌ ଓ ପବିତ୍ର କୁମାର ସାହୁ, ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି, ଆଞ୍ଚଳିକ ପରିବହନ ଅଧିକାରୀ ରୁବିନ ପଟ୍ଟନାୟକ ଆଇଆଇସି ପୁଷ୍ପେନ୍ଦ୍ର ସାଗର ପ୍ରମୁଖ ଯୋଗଦେଇ ଏହା ଏକ ମହତ କାର୍ଯ୍ୟକ୍ରମ ଏଥିରେ ପେଟ୍ରୋଲ ପମ୍ପ ମାଲିକଙ୍କ ସହ ସମସ୍ତ ଜନସାଧାରଣଙ୍କ ସହଯୋଗରେ ହିଁ ଏହା ସମ୍ଭବ ବୋଲି ମତବ୍ୟକ୍ତ କରି ସମସ୍ତ ବାଇକ୍‌ ଆରୋହୀ ଯଦି ହେଲମେଟ ପରିଧାନ କରିବେ ତାହେଲେ ଦୁର୍ଘଟଣାକୁ ଶତପ୍ରତିଶତ ଏଡାଇ ଦିଆଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁହାର ସୁବର୍ଣ୍ଣପୁର ଜିଲ୍ଲାରେ ସବୁଠାରୁ କମ୍‌ ଅର୍ଥାତ –୧୧. ୧ ୧ ରହିସମସ୍ତଙ୍କ ପାଇଁ ଏକ ଭଲ ବାର୍ତ୍ତା ପ୍ରଦାନ କରିଛି ।

ଆଗକୁ ମଧ୍ୟ ଜନସାଧାରଣଙ୍କ ସହଭାଗିତାରେ ଜିଲ୍ଲା ଆଗାମୀ ଦିନରେ ସଂପୂର୍ଣ୍ଣ ଦୁର୍ଘଟଣା ଶୁନ୍ୟ ହୋଇପାରିବ ବୋଲି ସମସ୍ତ ବକ୍ତା ମତ ରଖିଥିଲେ । ସେହିପରି ଲୋକଙ୍କ ଭିତରେ ସଚେତନତାର ବାର୍ତ୍ତା ପହଞ୍ଚାଇବାପାଇଁ ଆଜି ଅପରାହ୍ନ ରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଦ୍ୱାରା ଜାତୀୟ ରାଜପଥରେ ପେଟ୍ରୋଲିଂ ପାଇଁ ଏକ ଯାନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସଭାକୁ ଏଆରଟିଓ ଶିବାଶିଷ ସାହୁ ସଂଯୋଜନା କରିଥିଲେ ।

Comments (0)
Add Comment