ପୌର ପରିଷଦର କେଳେଙ୍କାରୀ, ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ସୁବର୍ଣ୍ଣପୁର, ୧୨/୮- ସହରର ଜନଗହଳିପୂର୍ଣ୍ଣ ବିଜୁପଟ୍ଟନାୟକ ଛକରୁ ଗଙ୍ଗାଧର ମେହେର ଛକ ପର୍ଯ୍ୟନ୍ତ ପ୍ରାୟ ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣାଧୀନ ଥିବା ରାସ୍ତା ଓ ଡ୍ରେନ୍‌ କାମ ସଂପୂର୍ଣ୍ଣ ନହେବା ଆଗରୁ ରାସ୍ତାର ବିଭିନ୍ନ ସ୍ଥାନରୁ କଂକ୍ରିଟ ଉଠିଯାଇ ପ୍ରାୟ ନିଶ୍ଚିହ୍ନ ହେବାକୁ ବସିଛି । ବିଶେଷକରି ଏତେ ଟଙ୍କାର ରାସ୍ତା ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଯେତିକି ତତ୍ପରତା ପ୍ରକାଶ ପାଇବାକଥା ତାହା ପ୍ରାୟ ଦେଖାଯାଇନଥିବା ଯୋଗୁଁ ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ପଦାରେ ପଡିଛି । ଉକ୍ତ ରାସ୍ତା ନିର୍ମାଣରେ ବ୍ୟବହୃତ ହୋଇଥିବା ବାଲି ସିମେଣ୍ଟ ଇତ୍ୟାଦି ନିର୍ମାଣ ସାମଗ୍ରୀ ଅତି ନିମ୍ନମାନର ହୋଇଥିବା ଯୋଗୁଁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ବିଶେଷକରି ରାସ୍ତା ନିର୍ମାଣରେ ବ୍ୟବହାର ହୋଇଥିବା ହାଜାସ୍‌ ମେସିନର ପରିଚାଳନା ଦକ୍ଷତା ନଥିବା ଅପରେଟର ତଥା ଅନଭିଜ୍ଞ ଯନ୍ତ୍ରୀମାନଙ୍କ ତତ୍ୱ ।ବଧାନରେ ତୃଟିଯୋଗୁଁ ଏପରି ଅବସ୍ଥା ସୃଷ୍ଟି ହୋଇଛି । ବିଶେଷକରି ରାସ୍ତା ନିର୍ମାଣ ସମୟରେ ପୌରସଂସ୍ଥାର ସିନିୟର ଯନ୍ତ୍ରୀ ବା ଅଧିକାରୀ ମୋଟେ ଉକ୍ତ ନିର୍ମାଣ ସାଇଡ୍‌କୁ ନଯିବାଯୋଗୁଁ ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ କୁ ଦାୟୀ କରାଯାଇଛି । ଏସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ନ ହେବାପରେ ଅତି ତରବରିଆ ଭାବରେ ଆଜିଠୁ ପୁଣି ରିପ୍ୟାରିଂ କାମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି । ବର୍ତ୍ତମାନ ଜିଲ୍ଲାପାଳ ସୁବର୍ଣ୍ଣପୁର ପୌର ପରିଷଦର ପ୍ରଶାସିକା ଥିବା ଯୋଗୁଁ ସେ ବ୍ୟକ୍ତିଗତ ଭାବରେ ଏହାର ତଦନ୍ତ କରି ଭିଜିଲାନ୍ସ୍‌ ତଦନ୍ତ ପାଇଁ ସୁପାରିଶ କରିବାକୁ ବରିଷ୍ଠ ବିଜେପି ନେତା ବଳଦେବ ବେଦବାକ ଦାବି କରିଛନ୍ତି ।

Comments (0)
Add Comment