ସୁବର୍ଣ୍ଣପୁର,୧୭/୫: ଚଳିତ ରବି ଋତୁ ପାଇଁ ଆଜିଠାରୁ ବିନିକା ମାର୍କେଟ ୟାର୍ଡରେ ଧାନ କିଣା ପର୍ବ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ବିନିକା ସେବା ସମବାୟ ସମିତି ପକ୍ଷରୁ ଚାଷୀ ବିଦ୍ୟାଧର ପାଣିଗ୍ରାହୀଙ୍କ ଠାରୁ ୮୪.୯୫କୁଇଣ୍ଟାଲ ଧାନ କ୍ରୟ କରାଯାଇ ଗୋଦାବରୀ ରାଇସ ମିଲକୁ ପଠାଯାଇଥିବା ବେଳେ ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ଚାଷୀ ଶାନ୍ତନୁ କୁମାର ସାହୁଙ୍କ ଠାରୁ ୧୫.୮,ରଘୁନାଥ ବାଗଙ୍କ ଠାରୁ ୧୮.୨୫, ଶ୍ରୀରାମ ବାଘଙ୍କ ୨୪.୪୪ କୁଇଣ୍ଟାଲ ଧାନ କ୍ରୟ କରାଯାଇ କାନ୍ୟକା ରାଇସ ମିଲକୁ ପଠାଯାଇଛି । ଏହି ଧାନ କିଣା ପର୍ବକୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଉଦଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ , ବିନିକା ବିଡ଼ିଓ ବ୍ୟାସଦେବ ବେହେରା, ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ, ଏସିଏସଓ ତ୍ରିନାଥ ଭୋଇ , ଲଳିତ ପଟ୍ଟନାୟକ , ଜିଲ୍ଲା ମିଶନ ଶକ୍ତି ଡିପିସି କାର୍ତ୍ତିକ ଚନ୍ଦ୍ର ନାଏକ , ଚାଷୀନେତା ସର୍ଜନ ପଣ୍ଡା, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିନିକା ପେକ୍ସ ସଂପାଦକ ପ୍ରଶାନ୍ତ କୁମାର ନାୟକ(ମିନୁ) , ଆରଏମସି କର୍ମଚାରୀ ଅଶୋକ ପାଣ୍ଡେ , ଶରତ ତ୍ରିପାଠୀ ପ୍ରମୁଖ ଚାଷୀମାନେ ଉପସ୍ଥିତ ଥିଲେ ।