ସୁବର୍ଣ୍ଣପୁର,୨୦/୯- ଓଡିଶା ରାଜ୍ୟ ସଡକ ପରିବହନ ନିଗମର ଏକ ଉଚ୍ଚସ୍ତରୀୟ ଦଶ ଜଣିଆ ପ୍ରତିନିଧି ଦଳ ସୁବର୍ଣ୍ଣପୁର ଜ଼ିଲ୍ଲା ଗସ୍ତ କରି ନିର୍ମାଣ ହେବାକୁ ଥିବା ରାଜ୍ୟ ସରକାରଙ୍କ ବ୍ଲକ ଲେବେଲ ନୂତନ ବସଷ୍ଟାଣ୍ଡ ବା ସାଇଟ ସବୁ ର ଭିତ୍ତି ଭୂମି ଅନୁଧ୍ୟାନ କରିଥିଲେ । ଓ ଏ ଏସ ଓ ଏସ ଡ଼ି ( ଓ ଏସ ଆର ଟି ସି ) ର ମୁଖ୍ୟ ଶ୍ରୀମତୀ ଦୀପ୍ତିରାଣୀ ମହାପାତ୍ରଙ୍କ ଏହି ଟିମରେ ଏହି ବିଭାଗର ଜେ ଇ, ଡ଼ି ଟି ଏମ ଓ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସାମିଲ ରହିଥିଲେ । ପ୍ରଥମେ ସୋନପୁର ଓ ପରେ ପରେ ଉଲୁଣ୍ଡା, ବି ଏମ ପୁର, ବିନିକା, ତରଭା ବ୍ଲକ ଗସ୍ତ କରି ନିର୍ମାଣ ହେବାକୁ ଥିବା ନୂତନ ବସଷ୍ଟାଣ୍ଡ ସବୁର ଭିତ୍ତିଭୂମି ଓ ଆନୁସଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରି ପ୍ଲାନ ପ୍ରସ୍ତୁତି କରିଛନ୍ତି । ସବୁବ୍ଲକରେ ସ୍ଥାନୀୟ ତହସିଲଦାରମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ ଥିଲେ । ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଓ ଉଭୟ ଜନପ୍ରତିନିଧି ମାନଙ୍କ ଏହି ଉଦ୍ୟମ ଓ ସରକାରଙ୍କ ଜନହିତକର ନୂତନ ଯୋଜନାକୁ ଜ଼ିଲ୍ଲାବାସୀ ପ୍ରଶଂସା କରିଛନ୍ତି ।