ସୁବର୍ଣ୍ଣପୁରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ସୁବର୍ଣ୍ଣପୁର:ଆଜି ସ୍ଥାନୀୟ ସୁବର୍ଣା ନାରୀଜାଗରଣ କେନ୍ଦ୍ର ପରିସରରେ ପତଞ୍ଜଳି ଯୋଗ ସମିତି, ଭାରତ ସ୍ୱ।ଭିମାନ,ମହିଳା ଯୋଗ ସମିତିର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଆତିଥି ଭାବରେ ଗୋରେଖ ନାଥ ସାହୁ ଓ ଅନ୍ୟତମ ଅତିଥି ଭାବରେ ପ୍ରାଧ୍ୟାପିକା ମୀନା ମହାରଣା, ଅଧ୍ୟାପକ ଶମ୍ଭୁ ଭୂଷଣ ପଣ୍ଡା, ଯୋଗଦେଇ ଯୋଗର ଉପକାରିତା ଉପରେ ଆଲୋକପାତ କରିଥିଲେ।

କୋଭିଡ଼ କଟକଣା ଯୋଗୁଁ ଚଳିତ ବର୍ଷ ନିରାଡ଼ମ୍ବର ଭାବରେ ଏହି ଯୋଗ ଦିବସକୁ ପାଳନ କରାଯାଇଥିଲା। ଏଥିରେ ଦିଲ୍ଲୀପ ରଥ,ଦଶରଥ ହୋତା, ସତ୍ୟ ନାରାୟଣ ଵସ୍ତିଆ,ନାରାୟଣ ସାହୁ, ସୁରଥ ମିଶ୍ର,ଗୋପାଳ ସା, ପୁଷ୍ପାଞ୍ଜଳୀ ମେହେର, କଳ୍ପନା ମେହେର, ମଞ୍ଜୁଲତା ଝାଙ୍କର,ସୁନିତା ମିଶ୍ର,ଭୂବନେଶ୍ୱର ମେହେର, ପ୍ରଦୀପ ବଣକି ପ୍ରମୁଖ ଯୋଗଦେଇ ମିଳିତ ଭାବରେ ଯୋଗିଭ୍ୟାସ କରିଥିଲେ।

Comments (0)
Add Comment