ସୁବର୍ଣ୍ଣପୁରରେ ନୂତନ ଏସପିଙ୍କ ଯୋଗଦାନ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଅମରେଶ ପଣ୍ଡା ଯୋଗ ଦେଇଛନ୍ତି । ୧୯୮୫ ରୁ ପୋଲିସ ବିଭାଗରେ ସେ ନିଯୁକ୍ତି ପାଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାଙ୍କର ଦାୟିତ୍ୱ ନିର୍ବାହ କରିଥିବା ବେଳେ ସବୁସମୟରେ ଜନସାଧାରଣଙ୍କ ସେବା ଓ ସୁରକ୍ଷାକୁ ପ୍ରାଥମିକତା ଦେଇଆସିଥିବା ସେ ପ୍ରକାଶ କରିଛନ୍ତି । ଜନସାଧାରଣଙ୍କ ସହ ପୋଲିସ ସଦାବେଳେ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ରଖିବା ସହ ଲୋକଙ୍କ ମୌଳିକ ସୁବିଧା ସୁଯୋଗ ପ୍ରତି ବିଶେଷ ଧ୍ୟାନ ଦେବାସହ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି, ସହରର ଟ୍ରାଫିକ ସମସ୍ୟା ଉପରେ ବିଶେଷ ଧ୍ୟାନଦେବାକୁ ମତ ରଖିଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସାଇବର କ୍ରାଇମକୁ ରୋକିବା ପାଇଁ ଜିଲ୍ଲାରେ ସାଇବର ସେଲକୁ ଅଧିକ କ୍ରିୟାଶୀଳ କରାଇବାସହ ଜିଲ୍ଲାରେ ବଢିଥିବା ଲୁଟତରାଜ, ଛିନତାଇକୁ ରୋକିବା ପାଇଁ ବିଶେଷ ଯତ୍ନ ନେବାଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ବାଇକ ଆରୋହୀଙ୍କୁ ସଦାସର୍ବଦା ହେଲମେଟ ପିନ୍ଧିବା ଓ କାରଚାଳକଙ୍କୁ ସିଟବେଲ୍ଟ ପରିଧାନକୁ କଡାକଡି ଚେକିଂ କରାଇବା ଉପରେ ଗୁରୁତ୍ୱ ଦେବାସହ ଜନସାଧାରଣଙ୍କ ଆସ୍ଥାଭାଜନରେ ଗଣମାଧ୍ୟମ ପ୍ରତିନିଧି ତଥା ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ସହଯୋଗ ଲୋଡିଥିଲେ । ସଦର ଡାକ୍ତରଖାନାରେ ବନ୍ଦ ଥିବା ବିଟ ହାଉସକୁ ଯେତେଶିଘ୍ର ହେବ ପୁନଃ ସ୍ଥାପନ ପାଇଁ ମିଡ଼ିଆ ପ୍ରତିନିଧିଙ୍କ ପକ୍ଷରୁ ଏସପିଙ୍କୁ ଅନୁରୋଧ କରାଯାଇଥିଲା ।

Comments (0)
Add Comment