ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ପାଇଁ ଏସଆରସି ଜାରି କଲେ ଗାଇଡଲାଇନ । ଜାନୁଆରୀ ୫ରେ ଜାରି ହୋଇଥିବା ଗାଇଡଲାଇନର ପରିବର୍ତ୍ତନ କରିଛନ୍ତି । ବଡଧରଣର ସମାବେଶ ଉପରେ ଲଗାଇଛନ୍ତି କଟକଣା । ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିବା ଉପରେ ପ୍ରାଧାନ୍ୟ । ସର୍ବାଧିକ ୫ ଜଣଙ୍କୁ ନେଇ ହୋଇ ପାରିବ ଘରକୁ ଘର ପ୍ରଚାର । ଡିଜିଟାଲ ପ୍ରଚାରକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି ଏସଆରସି । କରୋନା ସଂକ୍ରମିତ ପ୍ରାର୍ଥୀ ପ୍ରଚାର କରିପାରିବେ ନାହିଁ । ଡିଜିଟାଲ କିମ୍ବା ଭର୍ଚୁୁଆଲ ଜରିଆରେ ହିଁ ହୋଇପାରିବ ପ୍ରଚାର । ରୋଡ ଶୋ, ପଦ ଯାତ୍ରା ସାଇକେଲ, ବାଇକ ରାଲି ହୋଇପାରିବ ନାହିଁ । ବିଜୟ ଶୋଭାଯାତ୍ରାକୁ ବାରଣ କରାଯାଇଥିବା ବେଳେ ବିଜୟୀ ପ୍ରାର୍ଥୀଙ୍କ ସହ ରହିବେ ସର୍ବାଧିକ ୨ ଜଣ ବୋଲି ଏସଆରସି କହିଛନ୍ତି । ଗଣତି ପରେ କୌଣସି ବିଜୟ ଶୋଭାଯାତ୍ରା ହେବ ନାହିଁ ଏସଆରସି ସୂଚନା ଦେଇଛନ୍ତି । ଦେଖିବାକୁ ବାକି ରହିଲା ଏହି ଗାଇଡଲାଇନକୁ ରାଜନୈତିକ ଦଳ ମାନେ କେତେ ମାନୁଛନ୍ତି ।

Comments (0)
Add Comment