ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍

ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍। ଶ୍ରୀମନ୍ଦିର ଭିତରେ ସେଲ୍ଫି ଉଠାଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ କରିଛନ୍ତି ଜଣେ ବ୍ୟକ୍ତି। ଫଟୋ ଭାଇରାଲ୍ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାଜା ସାକାର। ନିଜ ସୋସିଆଲ ମିଡିଆରେ ରାଜା ଏହି ଫଟୋ ଭାଇରାଲ୍ କରିଥିବା ବେଳେ ଏହାକୁ ନେଇ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ତେବେ ଶ୍ରୀମନ୍ଦିର ବାହାରେ ଓ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ବ୍ୟକ୍ତି ଜଣକ କିଭଳି ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ନେଲେ ଏବଂ ସେଲ୍ଫି ଉଠାଇବାକୁ ସାହାସ୍ କଲେ ସେନେଇ ପ୍ରଶ୍ନ ଉଠିଛି। ଏହି ଫୋଟୋ କେବେ ଉଠିଛି ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ଶ୍ରୀମନ୍ଦିର ଭିତରେ ବାରମ୍ବାର ଏଭଳି ଫଟୋ ଏବଂ ଭିଡିଓ ଭାଇରାଲ ହେଉଥିବାରୁ ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ତୁରନ୍ତ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି। ଏଥିସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରୁଥିବା ସୁରକ୍ଷା କର୍ମୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି I

Comments (0)
Add Comment