ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଁଚିଲା ବାସୁଙ୍ଗା ପାଟ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଁଚିଲା ବାସୁଙ୍ଗା ପାଟ । ତିଗିରିଆ ନୂଆପାଟଣା ଅଞ୍ଚଳରୁ ଆସିଛି ୩ କୁଇଣ୍ଟାଲ ବାସୁଙ୍ଗା ପାଟ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବାସୁଙ୍ଗା ପାଟ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀଙ୍କୁ ଏହା ହସ୍ଥାନ୍ତର କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆପାଟଣା ଟସର ବ୍ୟବସାୟଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ବାସୁଙ୍ଗା ପାଟ ଲାଗି ବରାଦ କରାଯାଇଥିଲା । ପୂର୍ବରୁ ପାଟର ସାମ୍ପୁଲ ଚି଼ହ୍ନଟ କରିବା ଲାଗି ବାଡ଼ଗ୍ରାହୀ ସେବକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତେବେ ପାଟର ମାନ ଅନୁଧ୍ୟାନ କରିବା ପରେ ପ୍ରଶାସନ ବରାଦ ଦେଇଥିଲା । ତେବେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଯଦି ଆବଶ୍ୟକ ପଡେ ବାସୁଙ୍ଗା ପାଟ ପୁଣି ନେଇ ପହଞ୍ଚିବୁ ବୋଲି କହିଛନ୍ତି ବାସୁଙ୍ଗା ପାଟ ନେଇ ଆସିଥିବା ବିଜୟଧାର ସାଥୁଆ ।

Comments (0)
Add Comment