ଶ୍ରୀଜୀଉଙ୍କ ବନକ ଲାଗି ନୀତି ସଂପନ୍ନ

ପୁରୀ: ବୁଧବାର ସନ୍ଧ୍ୟାରେ ଶ୍ରୀଜୀଉ ମାନଂକ ବନକ ଲାଗି ନୀତି ଅନୁଷ୍ଠିତ ହୋଇଯାଇଛି। ଦ୍ବିତୀୟ ଭୋଗ ମଣ୍ଡପ ନୀତି ବଢିବା ପରେ ମହାପ୍ରଭୁଙ୍କ ବନକଲାଗି କରାଯାଇଥିଲା। ଦତ୍ତ ମହାପାତ୍ର ସେବକ ମାନେ ହିଙ୍ଗୁଳ,ହରିତାଳ,ଦୀପ କଳା ଆଦି ପ୍ରାକୃତିକ ରଙ୍ଗରେ ଶ୍ରୀଜୀଉ ମାନଙ୍କ ଶ୍ରୀମୁଖ ଶ୍ରୀଙ୍ଗ।ର କରିଥିଲେ। ଏଥିପାଇଁ ସନ୍ଧ୍ୟାରେ ୭ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଛି । ବନକ ଲାଗି ପରେ ଅନ୍ୟାନ୍ୟ ନୀତି ବଢ଼ି ଦର୍ଶନ ଆରମ୍ଭ ହୋଇଥିଲା।

Comments (0)
Add Comment