ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ

ଭୁବନେଶ୍ୱର : ଲୋକସେବା ଭବନ କନଭେନ୍ସନ ସେଣ୍ଟର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ପୋଲିସ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ସଂସ୍କାର ସେବାର 94 ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ପଦକ ଏବଂ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି I ଏହି ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଦେଓ ରଞ୍ଜନ କୁମାର ସିଂହ, ଡିଜି-ପୋଲିସ ଅରୁଣ କୁମାର ଷଡ଼ଙ୍ଗୀ, ଡିଜି-ଅଗ୍ନିଶମ, ହୋମେଗାର୍ଡ଼ ଓ ବେସାମରିକ ପ୍ରତିରକ୍ଷା ସୁଧାଂଶୁ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଡିଜି-କାରାଗାର ଓ ସଂସ୍କାର ସେବା ଅମିତାଭ ଠାକୁରଙ୍କ ସହ ଗୃହ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ I ପଦକ ପ୍ରଦାନ ଉତ୍ସବ ସମାପ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କୃତ ହୋଇଥିବା ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଫଟୋ ଉଠାଇଥିଲେ I

Comments (0)
Add Comment