ଦାବୀପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର)ମହାସଂଘ

ଭୁବନେଶ୍ୱର,୨୩/୧୨:- ରାଜ୍ୟସରକାର ତରଫରୁ ଗତ ମଙ୍ଗଳବାର ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ୯୮୯ ତା:-୨୧-୧୨-୨୧ ରେ ଓଡିଶା ସେକେଣ୍ଡା ରି ସ୍କୁଲଟିଚର ଏଲିଜିବିଲିଟି ଟେଷ୍ଟ ପରୀକ୍ଷା ମାପଦଣ୍ଡ କୋହଳ କରାଯାଇଥିବା ଉଭୟ ସାଧାରଣ ବର୍ଗ ଏବଂ ଅନୁସୂଚିତଜାତି ଓ ଜନଜାତି ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀଙ୍କ ପାଇଁ ଯୋଗ୍ୟତା ମାର୍କ୧୫% ହ୍ରାସ କରାଯାଇଛି ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଯୋଗ୍ୟତା ଅର୍ଜନ ମାର୍କ ୬୦% ରୁ ୪୫% ଓ ଅନ୍ୟାନ୍ୟ ବର୍ଗର ପ୍ରାର୍ଥୀଙ୍କ ପାଇଁ ୫୦%ରୁ ୩୫% ହ୍ରାସ କରାଯାଇଛି ।

ଏଣୁ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ର ପ୍ରାର୍ଥୀ ମାନଙ୍କ କ୍ଷେତ୍ରରେ ହେବାଲାଗି ଥିବା ନିୟମରେ ପରିବର୍ତ୍ତନ କରିବାକୁ ରାଜ୍ୟପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର) ମହାସଂଘ ପକ୍ଷରୁ ଦୃଢ ଦାବି କରାଯାଇଛି । ପ୍ରାଥମିକ ଶିକ୍ଷକ ମାନଙ୍କୁ ପାତର ଅନ୍ତର ନକରି ଓଟିଇଟି ପରୀକ୍ଷାର୍ଥୀଙ୍କ ପାଇଁ କ୍ୱାଲିଫାଏ ମାର୍କରେ ସାଧାରଣ ବର୍ଗଙ୍କ ପାଇଁ ୬୦% ରୁ ୪୫% ଓ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ୫୦% ରୁ ୩୫% କୋହଳ ସମ୍ପର୍କିତ ବିଜ୍ଞପ୍ତି ଖୁବଶୀଘ୍ର ପ୍ରକାଶ କରାନଗଲେ ତେବେ ଆଗାମୀ ଦିନରେ ରାଜ୍ୟ ମହାସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ରାଜ୍ୟମହାସଂଘ ପକ୍ଷରୁ ଏକ ପ୍ରେସ ବିବୃତ୍ଥିିରେ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକ ଓ ସାଧାରଣ ସଂପାଦକ ପ୍ରଶାନ୍ତ ଖମାରୀ କହିଛନ୍ତି ।

State primary teachersState primary teachers will take to the streets if the demands are not metteachers
Comments (0)
Add Comment