ଟ୍ୟୁସନ୍‌ ଯିବ କହି ଘରକୁ ଫେରିଲାନି ପୁଅ; ପରିବାର ପକ୍ଷରୁ ଥାନାରେ ଏତଲା,ପୋଲିସର ତଦନ୍ତ ଆରମ୍ଭ

ବାଲିଗୁଡ଼ା: ଟ୍ୟୁସନ୍‌ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ । ସୂଚନା ପ୍ରକାରେ ଗତକାଲି ସକାଳ ୭ଟା ସମୟରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ ନଂ ୱାର୍ଡ ନୁଆସାହି, ଭାର୍ଡିପଦା ବାସିନ୍ଦା ଅଶୋକ କୁମାର ସାହୁଙ୍କ ପୁତୁରା ବଳରାମ ସାହୁ (୧୬ ବର୍ଷ) ଟ୍ୟୁସନ୍‌ ଯାଉଛି କହି ସାଇକେଲ ଧରି ଘରୁ ବାହାରିଥିଲା । ଠିକ୍‌ ସମୟରେ ବଳରାମ ଘରକୁ ନଫେରିବାରୁ ପରିବାର ଲୋକେ ବୁଝିବା ବେଳକୁ ବଳରାମ ଟ୍ୟୁସନ୍‌ ନଯାଇ କେଉଁଆଡେ ଚାଲିଯାଇଥିବା ଶୁଣିବାକୁ ପାଇଲେ । ବହୁତ ଖୋଜାଖୋଜି କରିବା ପରେ ପୁଅକୁ ନପାଇ ଶେଷରେ ବାଲିଗୁଡ଼ା ଥାନାର ଆଶ୍ରୟ ନେଇଛନ୍ତି ପରିବାର ଲୋକେ । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ୍‌ ଥାନା କେସ୍‌ ନଂ ୪୬/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ୍‌ ।

Comments (0)
Add Comment