୧ଟଙ୍କା ଆସିନଥିଲେ ବି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତା ୯ ତାରିଖ ଅର୍ଥାତ୍‌ ବୁଧବାର ଖାତାକୁ ଆସିବ। ତେବେ ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଆଜି ୧ ଟଙ୍କା ଲେଖାଏ ପଠାଇଛନ୍ତି ରାଜ୍ୟ ସରକାର । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି । ଆଉ ଆସନ୍ତା ଅକ୍ଟୋବର ୯ ତାରିଖ ବୁଧବାର ଦିନ ସେମାନଙ୍କ ଆକାଉଣ୍ଟକୁ ଯିବ ଟଙ୍କା ।

ଦ୍ବିତୀୟ ପର୍ଯାୟରେ ୪୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମିଳିବ। ଆସନ୍ତା ୯ ତାରିଖରେ ପୂରା ଟଙ୍କା ହିତାଧିକାରୀ ପାଇବେ। ଆକାଉଣ୍ଟ ଲିଙ୍କ ଥିଲେ ଖାତାକୁ ଟଙ୍କା ଆସିବ। ଅନ୍ୟପଟେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ ଟଙ୍କା ଆସିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଏବେ ପ୍ରଶ୍ନ ହେଉଛି ଯେଉଁମାନଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ୧ ଟଙ୍କା ଯାଇନାହିଁ, ସେମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିବ କି ନାହିଁ। ଏ ନେଇ ଅନେକ ମହିଳା ଦ୍ବନ୍ଦ୍ବରେ ରହିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଯେଉଁମାନଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ୧ ଟଙ୍କା ଯାଇନାହିଁ ସେମାନେ ବି ଟଙ୍କା ପାଇବେ। ସେଥିପାଇଁ ଆଦୌ ବ୍ୟସ୍ତ ନହେବାକୁ ରାଜ୍ୟ ସରକାର କହିଛନ୍ତି।

Comments (0)
Add Comment