ଟ୍ରେନ ଆଗକୁ ଆସି ଯୁବତୀଙ୍କ ଆତ୍ମହତ୍ୟା, ଏବେ ଯାଏଁ ମିଳିନି ପରିଚୟ

ସମ୍ବଲପୁର ୧୩।୧୧ : ସମ୍ବଲପୁର ତାଳଚେର ରେଳପଥର ରେଢ଼ାଖୋଲ ଷ୍ଟେସନ ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମାଲବାହୀ ଟ୍ରେନ୍ ଆଗକୁ ଆସି ଆତ୍ମହତ୍ୟା କରିଛନ୍ତି ଜଣେ ଯୁବତୀ । ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟପଟେ କେଉଁ କାରଣରୁ ସେ ଟ୍ରେନ୍ ଆଗକୁ ଆସି ଆତ୍ମହତ୍ୟା କରିଛନ୍ତି, ତାହା ମଧ୍ୟ ଜଣାପଡିନାହିଁ । ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି ରେଢ଼ାଖୋଲ ପୋଲିସ ।

Comments (0)
Add Comment