ଭିଡିଓ ଜାରି କରି ଏମିତି କହିଲେ ସୁମିତଙ୍କ ଜେଜେ ମାଆ

ବ୍ରହ୍ମପୁର: “ଗତକାଲି ଜୋରଜବରଦସ୍ତ ପଶି ଆମ ଗେଟ୍‌ ଭାଙ୍ଗିଲେ। ଆମକୁ ତାଲା ପକାଇ ଭିତରେ ରଖିଛନ୍ତି।  ଆମେ ସବୁ ଅସୁସ୍ଥ ହୋଇପଡ଼ିଲୁଣି। ମୋ’ ଘର ପ୍ରତି ବିପଦ ଅଛି। ଆମେ ଭୟଭୀତ ଅବସ୍ଥାରେ ଅଛୁ। ମୋତେ ଏଠାରୁ ଉଦ୍ଧାର କର । ” ଏମିତି କହି ଏକ ଭିଡିଓ କରି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗୁହାରୀ ଜଣାଇଛନ୍ତି ଡାକ୍ତର ସୁମିତ ସାହୁଙ୍କ ଜେଜେମା’।

ଅପରପକ୍ଷେ, ଅସୁସ୍ଥ ଥିବା କହି ଅନ୍ୟତ୍ର ରହୁଥିବା ଡାକ୍ତର ସୁମିତ ମଧ୍ୟ ଗତକାଲିର ଘଟଣା ପରେ ଏକ ଭିଡିଓ ଜରିଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣା ଏବେ ନ୍ୟାୟାଳୟ ବିଚାରଧୀନ ଥିବା ବେଳେ ତପସ୍ୱିନୀ କ’ଣ ପାଇଁ ଏପରି କରୁଛନ୍ତି ବୋଲି ସେ ପଚାରିଛନ୍ତି। ଏଥିସହ ପ୍ରମିଳା ତ୍ରିପାଠୀ କେଉଁ ଅଧିକାରରେ ବସି ରହିଛନ୍ତି, ସେ ଆମ ଘର ସମ୍ପର୍କରେ କ’ଣ ଜାଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଡାକ୍ତର ସୁମିତ।  ତପସ୍ୱିନୀ କୋର୍ଟରେ ନିଜ ଯୁକ୍ତି ରଖନ୍ତୁ, ଏଠାରେ  କାହିଁକି ବସି ରହିଛନ୍ତି ବୋଲି ସେ କହିଛନ୍ତି।

Comments (0)
Add Comment