ଭିନ୍ନକ୍ଷମଙ୍କ ପାଇଁ ସହାୟତା କେନ୍ଦ୍ର

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ହେଲା ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲ ଭୀମସାର।‌ ସେଠାରେ ହଜାର ହଜାର ରୋଗୀ ସେମାନଙ୍କ ସ୍ୱାସ୍ଥ୍ୟଜନିତ ଅସୁବିଧା ନିରାକରଣ ଉପରେ ନିର୍ଭରଶୀଳ। ଉକ୍ତ ରୋଗୀମାନଙ୍କ ମଧ୍ୟରେ ପ୍ରତ୍ୟହ ବହୁଳ ସଂଖ୍ୟାରେ ଭିନ୍ନକ୍ଷମ, ଅସହାୟ ବୃଦ୍ଧବୃଦ୍ଧା, ମାନସିକ ବିକୃତି ଗ୍ରସ୍ଥ, ଥାଲାସେମିଆ, ସିକେଲ ସେଲ ପୀଡ଼ିତ ବ୍ୟକ୍ତି ମାନେ ସେମାନଙ୍କର ଚିକିତ୍ସା ନିମନ୍ତେ ଆସିଥାନ୍ତି। ଉକ୍ତ ସେବା ଯୋଗାଇଦେବା ନିମନ୍ତେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ଭୀମସାରର କର୍ମକର୍ତ୍ତାଙ୍କ ମିଳିତ ଉଦ୍ୟମରେ ଏକ ଭିନ୍ନକ୍ଷମ ସହାୟତା କେନ୍ଦ୍ର (ହେଲ୍ପ ଡେସ୍କ) ଖୋଲାଯାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଶହେଟି ହ୍ବୀଲଚେୟାର ପ୍ରତ୍ୟେକ ବିଭାଗ ଓ ସହାୟତା କେନ୍ଦ୍ରକୁ ପ୍ରଦାନ କରଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଭୀମସାର ନିର୍ଦ୍ଦେଶକ ଡ. ଭାବଗ୍ରାହୀ ରଥ, ସୁପେରିଟେଣ୍ଡେଣ୍ଟ ଡ. ଲାଲମୋହନ ନାୟକ, ପ୍ରଶାସକନିକ ଅଧିକାରୀ ସୁଦର୍ଶନ ସୋଏ, ମ୍ୟାନେଜର ଡ. ଅଶୋକ ପାଣିଗ୍ରାହୀ, ଅରବିନ୍ଦ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ, ଆଞ୍ଚଳିକ ଭିନ୍ନକ୍ଷମ କେନ୍ଦ୍ର ଅଧିକାରୀ ରବୀନ୍ଦ୍ରନାଥ ଶତପଥୀ ପ୍ରମୂଖ ଉପସ୍ଥିତ ରହିଥିଲେ। ଏମାନଙ୍କ ବ୍ୟତୀତ ସହାୟକ କେନ୍ଦ୍ରର ପରିଚାଳକ ରେଡକ୍ରସ ପାଟ୍ରନ ନିହାଲ ସିଂହ, ମାମୁନି ଖାତୁନ ଓ ଅନ୍ୟ ସ୍ଵେଛାସେବୀ ଓ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ । ଜନସାଧାରଣରେ ପ୍ରଶାସନର ଏହି କାର୍ଯ୍ୟକ୍ରମକୁ ଭୂରୀ ପ୍ରଶଂସା କରାଯାଇଛି।

Comments (0)
Add Comment