ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି କେନ୍ଦ୍ରାପଡା ଜିଲ୍ଲା ବରୁଣା ଡ଼ିହା ଠାରେ ୫ ଟି ପରିବାର ର ଅନେକ କ୍ଷତି ଘଟିଛି, ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଉକ୍ତ ୫ ପରିବାର ର ଧାନ, ଚାଉଳ, ଓ ନିତ୍ୟବ୍ୟବହାର୍ୟ୍ଯ ସାମଗ୍ରୀ ସମ୍ପୂର୍ଣ ପୋଡିଯିବା ସହ ଗୋରୁଗାଈ ମଧ୍ୟ ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି।
ଏହି ଘଟଣା ସାମାଜିକ ଗଣମାଧ୍ୟମ ରୁ ଜାଣିବା ପରେ ଭୁବନେଶ୍ୱର ରୁ ସମର୍ପିତ ଓଡିଶା ର ସଦସ୍ୟ ସଦସ୍ୟା ମାନେ ଅଗ୍ନି ବିପନ୍ନ ପରିବାର ନିକଟରେ ଚାଉଳ, ଡାଲି, ଚୁଡା, ରାସନ ସାମଗ୍ରୀ ସହ ନୂତନ ବସ୍ତ୍ର ଓ କିଛି ଆର୍ଥିକ ସହାୟତା ନେଇ ପହଞ୍ଚିଥିଲେ ଓ ଅଗ୍ନିବିପନ୍ନ ପରିବାରକୁ ସମବେଦନା ଜଣାଇଥିଲେ।
ଏହି ଟିମ ରେ ସମର୍ପିତ ର ସଦସ୍ୟା ଲକ୍ଷ୍ମୀପ୍ରିୟା ନାୟକ, ସମର୍ପିତ ର ସମ୍ପାଦକ ବିସ୍ମୟ ରାଉତ, ରାଜେଶ ପରିଡା, ସୁଶୀଲକାନ୍ତ ପ୍ରଧାନ ଓ ସଦସ୍ୟ ଚନ୍ଦନ, କୃତିଦୀପ୍ତ ପରିଡା, ସାଇ ଶୁଭମ, ରାଜେଶ ପରିଡା କେନ୍ଦ୍ରାପଡା ଯାଇଥିଲେ।
ଭୁବନେଶ୍ୱର ରୁ ସର୍ବ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲାରେ ସହାୟତା ନେଇ ପହଞ୍ଚାଇ ଥିବାରୁ ପୂର୍ବତନ ସରପଂଚ ଙ୍କ ସମେତ ସ୍ଥାନୀୟ ଜନସାଧାରଣ ସମର୍ପିତ ର ସ୍ୱେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।